ଓଡ଼ିଶା ଦଳରେ ୫ ବଲାଙ୍ଗୀର ଝିଅ

ବଲାଙ୍ଗୀର: ଆସନ୍ତା ୧୧ ତାରିଖରୁ ଜାତୀୟ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗତା ଆରମ୍ଭ ହେବାକୁ ଯାଉଛି। ଓଡ଼ିଶା ଏହି ପ୍ରତିଯୋଗିତାରେ ଏଲିଟ ଗ୍ରୁପ୍‌ରେ ଅଛି। ଏଥି ସହିତ ଝାରଖଣ୍ଡ, ହାଇଦ୍ରାବାଦ, ଗୁଜୁରାଟ, ଛତିଶଗଡ଼ ଓ ତ୍ରିପୁରା ଏହି ଗ୍ରୁପରେ ରହିଛନ୍ତି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ ଝାରଖଣ୍ଡ ସହିତ ଖେଳିବ। ଓଡ଼ିଶା ମହିଳା ଦଳରେ ବଲାଙ୍ଗୀରର ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ରାମେଶ୍ୱରୀ ନାଏକ ଓ ରଶ୍ମିତା ଚିନାରା ପ୍ରଥମ କରି ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି। ଏହି ଦଳରେ ଓଡ଼ିଶାର ପ୍ରଥମ ଅନ୍ତରାଷ୍ଟ୍ରୀୟ ମହିଳା ଖେଳାଳି ମାଧୁରି ମେହେଟା ଓ ରୋସ୍‌ନାରା ପରୱିନ ଓ ଜୋନାଲ ଖେଳାଳି ସରିତା ମେହେର ମନୋନୀତ ହୋଇଛନ୍ତି। ଖେଳାଳିମାନଙ୍କର ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡ଼ାସଂସଦ ଓ କ୍ରୀଡ଼ାପ୍ରେମୀ, ସମସ୍ତ ଖେଳାଳି ଓ ପ୍ରଶିକ୍ଷକ ଅରୁଣ ନାଏକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର