କଟକ: ବିସିସିଆଇ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ୧୬ ଓ ୧୯ ବର୍ଷରୁ ଜାତୀୟ କ୍ରିକେଟ ଏକାଡେମୀ ଶିବିର ପାଇଁ ଓଡ଼ିଶାରୁ ୫ ଜଣ କ୍ରିକେଟରଙ୍କୁ ଚୟନ କରାଯାଇଛି। ବିସିସିଆଇ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ଓଡ଼ିଶାର ଖେଳାଳିଙ୍କୁ ଏହି ଶିବିରରେ ଯୋଗଦେବାର ସୁଯୋଗ ମିଳିଛି। ସୁରତରେ ଅନୁଷ୍ଠିତ ହେବାକୁ ଥିବା ୧୬ ବର୍ଷରୁ କମ ଶିବିର ପାଇଁ ରତିରଂଜନ ବାରିକ ଓ ପ୍ରିୟାଂଶୁ ମହାନ୍ତି ଟିମ୍-ସି’ରେ ସ୍ଥାନ ପାଇଥିବା ବେଳେ ଅନନ୍ତପୁରରେ ଅନୁଷ୍ଠିତ ହେବାକୁ ଥିବା ଶିବିର ପାଇଁ ସୟଦ ତୁଫୈଲ ଅହମ୍ମଦ ଟିମ୍-ଇ’ରେ ସ୍ଥାନ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁରତ ଓ ଅନନ୍ତପୁର ଶିବିର ଏପ୍ରିଲ ୧୭ ତାରିଖରୁ ମେ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସେହିଭଳି ୧୯ ବର୍ଷରୁ କମ ଜାତୀୟ କ୍ରିକେଟ ଏକାଡେମୀ କ୍ୟାମ୍ପ୍ ପାଇଁ ଶ୍ରେୟାଂସୁ ଭରଦ୍ବାଜ ଓ ଆଶୀର୍ବାଦ ସ୍ବାଇଁଙ୍କୁ ସ୍ଥାନ ମିଳିଛି। ଆସନ୍ତା ୧୪ ଏପ୍ରିଲରୁ ମେ ୧୮ ତାରିଖ ମଧ୍ୟରେ ଏହି ଶିବିର ନଦିଆଦ ଓ କାନପୁରରେ ଅନୁଷ୍ଠିତ ହେବ। ଭରଦ୍ବାଜ ଟିମ୍-ବି’ରେ ଥିବା ବେଳେ ଆଶୀର୍ବାଦ ଟିମ୍-ଇ’ରେ ରହିଛନ୍ତି। ଏହି ୫ ଖେଳାଳିଙ୍କୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ସମ୍ପାଦକ ସଂଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।