ଭୁବନେଶ୍ବର: ଉଜ୍ବେକିସ୍ତାନର ସମରକନ୍ଦଠାରେ ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏସୀୟ କାନୋସ୍ପ୍ରିଣ୍ଟ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ କନିଷ୍ଠ, ୨୩ ବର୍ଷରୁ କମ୍ ଏବଂ ତୃତୀୟ ଏସୀୟ ପାରା-କାନୋ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ଚାଲିବ। ଏଥିପାଇଁ ୨୧ ଜଣିଆ ଭାରତୀୟ ଦଳ ଦିଲ୍ଲୀରୁ ଉଜ୍ବେକିସ୍ତାନ ଯାତ୍ରା କରିଛନ୍ତି। ଭାରତୀୟ ଦଳରେ ଓଡ଼ିଶାରୁ ୫ ଜଣ କ୍ରୀଡ଼ାବିତ୍ ସ୍ଥାନ ପାଇଛନ୍ତି। କନିଷ୍ଠ ବାଳକରେ ଆଇ. ବୋରିସ୍ ସିଂହ, ବାଳିକାରେ ଏଲ୍. ନେହା ଦେବୀ, ୨୩ ବର୍ଷରୁ କମ୍ ପୁରୁଷରେ ନାନାଓ ମେଇତେଇ ଓ ଟି ଗାସିପମ୍, ମହିଳାରେ ପି ରୋଜି ଦେବୀ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ମହିଳା ପ୍ରଶିକ୍ଷକ ଭାବେ ଏଲ୍. ବିଶ୍ବେଶ୍ବରୀ ଦେବୀ ଓ ପାରା-କାନୋ ପ୍ରଶିକ୍ଷକ ଭାବେ ନାଜିସ୍ ମାଣେଶ୍ବରୀ ଭାରତୀୟ ଦଳ ସହ ଯାତ୍ରା କରିଛନ୍ତି। ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍ଙ୍କୁ ରାଜ୍ୟ କାୟାକିଂ ଓ କାନୋଇଂ ସଂଘ ସମ୍ପାଦକ ବିପିନ ଦାଶ ଶୁଭେଚ୍ଛା ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp