ଭୁବନେଶ୍ବର : ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରଠାରେ ଚଳିତ ମାସ ୧୧ରୁ ଜୁଲାଇ ୧୧ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ମହିଳା ହକି ପ୍ରଶିକ୍ଷଣ ଲାଗି ଶନିବାର ୩୩ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଘୋଷିତ ହୋଇଛି। ଏହି ଶିବିରରେ ଓଡ଼ିଶାରୁ ୫ ଜଣ ଅଭିଜ୍ଞ ଦୀପ ଗ୍ରେସ ଏକ୍କାଙ୍କ ସହ ଜ୍ୟୋତି ଛତ୍ରୀ, ମାରିଆନା କୁଜୁର, ଅଜମିନା କୁଜୁର ଓ ସୁନେଲିତା ଟୋପ୍ପୋଙ୍କୁ ସ୍ଥାନ ମିଳିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ହାଙ୍ଗଝୁଆ ଏସୀୟ କ୍ରୀଡ଼ା ଲାଗି ଏହା ଦଳର ଏକ ପ୍ରସ୍ତୁତ ଶିବିର। ଏହି ଶିବରରେ ୪ ଜଣ ଗୋଲ୍ରକ୍ଷିକା ସବିତା, ରଜନୀ ଏତିମାର୍ପୁ, ବିଚୁ ଦେବୀ ଖରିବାମ ଓ ବଂଶାରୀ ସୋଲାଙ୍ଗୀ ରହିଛନ୍ତି।
ଜାତୀୟ ମହିଳା ହକି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାରୁ ୫
/sambad/media/post_attachments/wp-content/uploads/2023/06/20-hockey.jpg)