୫ ଭାରୋତ୍ତୋଳକ ନିଲମ୍ବିତ

:ଲଣ୍ଡନ: ଲଣ୍ଡନ ଅଲିମ୍ପିକ୍ସ ବେଳେ ସଂଗୃହୀତ ନମୂନାର ପୁନଃପରୀକ୍ଷଣ ପରେ ୨ ଜଣ ଅଲିମ୍ପିକ୍‌ ବିଜେତାଙ୍କ ସହ ମୋଟ ୫ ଭାରୋତ୍ତୋଳକ ନିଲମ୍ବିତ ହୋଇଛନ୍ତି। ନିଷିଦ୍ଧ ଔଷଧ ସେବନ ଅପରାଧରେ ଧରାପଡ଼ିବା ପରେ ଆନ୍ତର୍ଜାତିକ ଭାରୋତ୍ତୋଳନ ସଂଘ ଏହି ୫ ଜଣଙ୍କ ଉପରେ ଅସ୍ଥାୟୀ ନିଲମ୍ବନ ଲାଗୁ କରିଛି। ଏମାନଙ୍କ ମଧ୍ୟରୁ ୟୁକ୍ରେନ୍‌ର ଓଲେକ୍ସି ଟୋରେକେ୍‌ଟି (୧୦୫ କେଜି) ଏବଂ ଆଜବୈଜାନ୍‌ର ବୁଲ୍‌ଗେରିଆ ଜନ୍ମିତ ଭାଲେଣ୍ଟିନ୍‌ ହ୍ରିସ୍ତୋଭ୍‌ (୫୬ କେଜି) ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିଲେ। ଏବେ ଏହି ଦୁଇ ଜଣଙ୍କଠୁ ପଦକ ପ୍ରତ୍ୟାହାର କରିନିଆଯିବ। ଅନ୍ୟ ନିଲମ୍ବିତଙ୍କ ମଧ୍ୟରେ ରହିଛନ୍ତି ଉଜ୍‌ବେକିସ୍ତାନର ରସ୍‌ଲାନ୍‌ ନୁରୁଦିନୋଭ୍‌, ଆର୍ମେନିଆର ମେଲାନି ଦାଲାଜ୍ୟାନ୍‌ ଓ ବେଲାରୁଷର ମିକାଲାଇ ନୋଭିକାଉ।

ସମ୍ବନ୍ଧିତ ଖବର