ମୁମ୍ବାଇ: ଓଡ଼ିଶା ସାମିଲ ଥିବା ଗ୍ରୁପ୍-ସି ଅନ୍ତର୍ଗତ ମୁମ୍ବାଇ-ବରୋଦା ରଣଜୀ ମ୍ୟାଚ୍ ପ୍ରଥମ ଦିବସ ବୋଲରଙ୍କ କବଳରେ ରହିଥିଲା। ସ୍ଥାନୀୟ ଓ୍ଵାଙ୍ଖ୍ଡେ ଷ୍ଟାଡିୟମରେ ବୁଧବାରଠୁ ଆରମ୍ଭ ହୋଇଥିବା ଏହି ମୁକାବିଲାର ପ୍ରଥମ ଦିନ ୧୧ ଓ୍ଵିକେଟ୍ ଝଡ଼ିଯାଇଛି। ସେଥିରୁ ନିଜର ୫୦୦ତମ ମ୍ୟାଚ୍ ଖେଳୁଥିବା ଘରୋଇ ମୁମ୍ବାଇ ଦଳ ତା’ର ପ୍ରଥମ ପାଳିର ସମସ୍ତ ଓ୍ଵିକେଟ୍ ହରାଇ ୧୭୧ ରନ୍ କରିପାରିଥିଲା ବେଳେ ବରୋଦା ଗୋଟିଏ ଓ୍ଵିକେଟ୍ ବିନିମୟରେ ୬୩ ରନ୍ କରିନେଇଛି।
ଟସ୍ ଜିତି ବରୋଦା କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣ କରି ଦୁଇ ଦ୍ରୁତ ବୋଲର ଅତିିତ ଶେଠ ଏବଂ ଲୁକ୍ମାନ ମେରିଓ୍ଵାଲ ମୁମ୍ବାଇ ପାଳିକୁ ଧ୍ୱସ୍ତ କରି ଦେଇଥିଲେ। ଉଭୟେ ୫-୫ ଓ୍ଵିକେଟ୍ ବାଣ୍ଟିନେଇ ମୁମ୍ବାଇ ପାଳିକୁ ୧୭୧ ରନ୍ରେ ଅଟକାଇ ଦେଇଥିଲେ। ଏପରିକି ଏହାର ପୂର୍ବ ମ୍ୟାଚ୍ରେ ଓଡ଼ିଶା ବିପକ୍ଷରେ ଦମ୍ଦାର ବ୍ୟାଟିଂ କରିଥିବା ପୃଥ୍ଵୀ ସ ଓ ଆନ୍ତର୍ଜାତିକ ତାରକା ଆଜିଙ୍କ୍ୟ ରହାଣେଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ସେଠ୍। ମାତ୍ର ୫୬.୨ ଓଭର ତିଷ୍ଠି ପାରିଥିବା ମୁମ୍ବାଇ ପକ୍ଷରୁ ଏକମାତ୍ର ଅଧିନାୟକ ଆଦିତ୍ୟ ତାରେ (୫୦) ଅର୍ଧଶତକ ହାସଲ କରିଥିଲା ବେଳେ ଶ୍ରେୟସ ଆୟର ୨୮, ସିଦେଶ ଲାଡ୍ ୨୧, ଧବଲ୍ କୁଲ୍କର୍ଣ୍ଣି ୧୭, ବିଜୟ ଗୋହିଲ୍ ୧୬, ଅଭିଷେକ ନାୟାର ୧୦ ଦୁଇଅଙ୍କ ବିଶିଷ୍ଟ ରନ୍ କରିଥିଲେ। ଜବାବରେ ବରୋଦା ପ୍ରଥମ ଦିନ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍ ହରାଇ ୬୩ ରନ୍ କରିଛି। ବିଷ୍ଣୁ ସୋଲାଙ୍କି ୩୨* ଏବଂ ଆଦିତ୍ୟ ଓ୍ଵାଘମୋଦ୍ ୧୫* ଅପରାଜିତ ରହିଥିଲା ବେଳେ ଅହମ୍ମଦ ନୁର୍ ପଠାନ୍ ୧୪ ରନ୍ରେ ପାଭିଲିୟନ୍ ଫେରିଛନ୍ତି। ଏହି ଓ୍ଵିକେଟ୍କୁ ରୋସ୍ତନ ଦିଆସ୍ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/433316-408318-bat-and-ball-getty.jpg)