ପୁରୀ: ବିଶ୍ବକପ ପାଇଁ ଭାରତର କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜଣାଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ୫୬ ଫୁଟର ଏକ ବିଶ୍ବକପ ଟ୍ରଫିର ବାଲୁକା କଳା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଆଇସିସି କ୍ରିକେଟ୍ ବିଶ୍ବକପ ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ରବିବାର ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଏଣୁ ଭାରତୀୟ କ୍ରିକେଟ୍ ଦଳର ବିଜୟ କାମନା କରି ସେ ୫୦୦ ଷ୍ଟିଲ ଗିନା ଓ ୩୦୦ କ୍ରିକେଟ୍ ବଲ୍ରେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସେ ଏହି ବାଲୁକାକଳାକୁ ପୂର୍ଣ୍ଣରୂପ ଦେଇଥିଲେ। ଏଥିରେ ବାଲୁକା କଳା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବି ସହଯୋଗ କରିଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp