ଭୁବନେଶ୍ବର: ଚଳିତ ୧୪ତମ କିଟ୍‌ ଅନ୍ତର୍ଜାତୀୟ ଚେସ୍‌ ମହୋତ୍ସବର ‘ସି’ ବର୍ଗ ପ୍ରତିଯୋଗିତା ଗୁରୁବାରଠାରୁ ଆରମ୍ଭ ‌ହୋଇଛି। ଭାରତ, ନେପାଳ, ବାଂଲା‌ଦେଶ, ଶ୍ରୀଲଙ୍କା ଓ ସିରିୟାରୁ ମୋଟ ୫୭୪ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୬୦ ଜଣ ସାମିଲ ଅଛନ୍ତି। ପ୍ରତିଯୋଗିତାକୁ ମଣିପାଲ ବିଶ୍ବବିଦ୍ୟାଳୟ କ୍ରୀଡ଼ା ନିର୍ଦେଶକ ଡକ୍ଟର ରୀନା ପୁନିଆ ଉଦ୍‌ଘାଟନ କରିଥିବାବେଳ କିଟ୍‌ କ୍ରୀଡ଼ା‌ ବିଭାଗ ମହାପ୍ରବଂଧକ ଗଗନେନ୍ଦୁ ଦାଶ, ଏଆଇସିଏଫ ଯଗ୍ମ ସମ୍ପାଦକ ରଂଜନ ମହାନ୍ତି, ଏଓସିଏ କାର୍ଯ୍ୟକାରୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଶୋଇ, ପ୍ରଦୀପ ମହାନ୍ତି, ନିହାର ରଂଜନ ସାସମଲ, ଭବେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସମାନ୍ତରାଳ ଭାବେ ‘ଏ’ ବର୍ଗର ପ୍ରତିଯୋଗିତା ଚାଲିଥିବାବେଳେ ଏହାର ଷଷ୍ଠ ରାଉଣ୍ଡ୍ ଶେଷ ହୋଇଛି।