୫୯ ଖେଳାଳିଙ୍କୁ ୭୬,୭୫,୦୦୦

ଭୁବନେଶ୍ୱର: ବୁଧବାର ସଂଧ୍ୟାର ବିଶ୍ୱକପ୍‌ ଅବଗଣନା ତଥା ହକି ବିଶ୍ୱ ଲିଗର ଲୋଗୋ ଉନ୍ମୋଚନ ଉତ୍ସବ ଅବସରରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ରାଜ୍ୟକୁ ଗୌରବାନ୍ଵିତ କରିଥିବା ୫୯ ଜଣ କୃତି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୬ ଲକ୍ଷ ୭୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଯାହାର ସିଂହଭାଗ ହକି ଖେଳାଳିଙ୍କ ହାତକୁ ଯାଇଥିଲା। ଏସିଆ କପରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ପୁରୁଷ ଦଳର ସଦସ୍ୟ ଭାବେ ଦୀପସାନ୍‌ ତିର୍କି, ଅମିତ ରୋହି ଦାସ ଏବଂ ମହିଳା ଦଳର ସଦସ୍ୟା ଭାବେ ଦୀପଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ୍‌, ନମିତା ଟପ୍ପୋ, ସୁନୀତା ଲାକ୍ରା, ରଶ୍ମିତା ମିଞ୍ଜ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରୋତ୍ତୋଳନ ତାରକା ଝିଲି ଦଳବେହେରା ଏବଂ ଭିନ୍ନକ୍ଷମ ଧାବିକା ଜୟନ୍ତୀ ବେହେରାଙ୍କୁ ଯଥାକ୍ରମେ ୧ ଏବଂ ୨ ଲକ୍ଷ ଟଙ୍କା ଲେଖାଏଁ ମିଳିଥିଲା। ବୁଧବାର ପ୍ରୋତ୍ସାହନ ରାଶି ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ମାଳତି ପୁନରେ, ପ୍ରଭାକର ବେହେରା, ଲାଲ ପ୍ରସାଦ ସୋରେନ, ମୁନି ପୂର୍ତି, ଦୁର୍ଯ୍ୟଧନ ବିରୁଆ, ବିକ୍ରମ ମାଝୀ, ବିପିନ ବିହାରୀ ସାହୁ, ଚୌଧୁରୀ ଆର୍ଯ୍ୟନ ସାହୁ, ବିକାଶ ଚନ୍ଦ୍ର ମୁର୍ମୁ, ସୌମ୍ୟ ରଞ୍ଜନ ଦାନି, ଦୂର୍ଗା ହେମ୍ବ୍ରମ୍‌, ଜୁଝର ବରି, ରୋହନ ସରଫ, ତନିଫ କୁମାର, ସୁନୀଲ ପ୍ରଧାନ, ମମତା ସିଂହ, ସର୍ମିଷ୍ଠା ପଣ୍ଡା, ଦିଲେଶ୍ୱର ରାଓ, ମୋହିତ ତାଣ୍ଡି ଓ ମିନୁ ହୁନିଆ, ରାଖାଲ କୁମାର ସେଠୀ, ଭି ରମେଶ ରାଓ, ପଙ୍କଜ ଭୂଏ, ଅକ୍ଷୟ କୁମାର ସାହୁ, ଭୀମସେନ ବେହେରା, ପ୍ରମୋଦ ଭଗତ, ପ୍ରଜ୍ଞା ପରିମାତା କୁମାର, ଦେବରାଜ ବେହେରା, ପୁଙ୍ଗା ସୋରେନ୍‌, ରବି ଖେରା, ସୋନାଲି ପ୍ରଧାନ, ସରିତା ରାଉତରାୟ, ପ୍ରତିମା ସାମନ୍ତରାୟ, ଛବି ରାଣୀ ବେହେରା, ଅଙ୍କୁର ସମଦ, ସଂଜୟ ଟୁଡୁ, ସମସାଦ ବେଗମ, ପ୍ରିୟଙ୍କା ଟପୋ, ଆଂଶିକା ରାଉତରାୟ, ସୁନୀଲ ମହାରଣା, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ। ଖେଳାଳିମାନଙ୍କୁ ୫,୦୦୦ ଟଙ୍କାରୁ ୭,୫୦,୦୦୦ ଟଙ୍କାର ପୁରସ୍କାର ରାଶି ମିଳିଥିଲା। ବୁଧବାର ପ୍ରୋତ୍ସାହନ ରାଶି ପାଇଥିବା ଖେଳାଳିଙ୍କ ମଧ୍ୟରେ ଅଧିକାଂଶ ଥିଲେ ରାଜ୍ୟ କ୍ରୀଡ଼ାର ଦିବ୍ୟାଙ୍ଗ ତାରକା।

ସମ୍ବନ୍ଧିତ ଖବର