ଲଣ୍ଡନ : ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି ଓଭାଲ ଟେଷ୍ଟ । ଇଂଲଣ୍ଡକୁ ଜିତିବାକୁ ଆଉ ମାତ୍ର ୩୫ ରନ ଆବଶ୍ୟକ ହେଉଥିବାବେଳେ ଭାରତକୁ ଆଉ ୪ଟି ଓ୍ବିକେଟ ନେବାକୁ ହେବ । ତେବେ ବର୍ଷା ଯୋଗୁଁ ଆଜି ଦିନର ଖେଳ ସମାପ୍ତ ହୋଇଛି ।
୩୭୪ ରନର ଲକ୍ଷ୍ୟ ନେଇ ଖେଳୁଥିବା ଇଂଲଣ୍ଡ ୧୦୬ରେ ୩ଟି ଓ୍ବିକେଟ ହରାଇ ଅଡ଼ୁଆରେ ପଡ଼ିଥିବାବେଳେ ହ୍ୟାରି ବ୍ରୁକ୍ ଓ ଜୋ ରୁଟଙ୍କ ମଧ୍ୟରେ ହୋଇଥିବା ଏକ ବଡ଼ ଭାଗିଦାରୀ ଭାରତ ହାତରୁ ମ୍ୟାଚ ଛଡ଼ାଇନେଇଥିଲା । ଉଭୟ ବ୍ୟାଟ୍ସମ୍ୟାନ ଶତକ ଅର୍ଜନ କରିଥିଲେ । ତେବେ ପ୍ରଥମେ ବ୍ରୁକ, ତାପରେ ଜ୍ୟାକ୍ ବେଥେଲ ଓ ରୁଟ ଆଉଟ ହେବା ପରେ ମ୍ଯାଚର ମୋଡ଼ ବଦଳିବା ଆରମ୍ଭ କରିଥିଲା । ଭାରତୀୟ ବୋଲରମାନେ ପୁଣି ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ତେବେ ଖରାପ ଆଲୋକ ଓ ବର୍ଷା କାରଣରୁ ଅମ୍ପାୟାର ଆଜି ଦିନର ଖେଳ ସମାପ୍ତି ଘୋଷଣା କରିଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ୨ଟି ଓିକେଟ ଓ ଆକାଶ ଦୀପ ଗୋଟିଏ ଓ୍ବିକେଟ ନେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/03/gxcljsaxaaaaz6w-2025-08-03-22-51-15.jpg)