ଜାତୀୟ ମହିଳା ଫୁଟ୍‌ବଲ ଶିବିର ପାଇଁ ଓଡ଼ିଶାରୁ ୬

କଟକ: ଜାମସେଦପୁରଠାରେ ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେବାକୁଥିବା ଜାତୀୟ ମହିଳା ଫୁଟ୍‌ବଲ ଶିବିର ପାଇଁ ଓଡ଼ିଶାରୁ ୫ ଖେଳାଳି ଓ ଜଣେ ପ୍ରଶିକ୍ଷକଙ୍କୁ ଡାକରା ଆସିଛି। ସେମାନେ ହେଲେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ମଞ୍ଜୁ ଗଞ୍ଜୁ, ସୁସ୍ମିତା ତନ୍ତୀ, ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ବନ୍ୟା କବିରାଜ, କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ଜ୍ୟୋତି କୁମାରୀ ଓ ନିକିତା ବିଶି। ଏମାନଙ୍କ ବ୍ୟତୀତ ଗୀତାଞ୍ଜଳି ଖୁଣ୍ଟିଆଙ୍କୁ ଶିବିରରେ ସହକାରୀ ପ୍ରଶିକ୍ଷକ ଭାବେ ଯୋଗଦେବାକୁ ଏଆଇଏଫ୍‌ଏଫ୍‌ ପକ୍ଷରୁ ରାଜ୍ୟ ଫୁଟ୍‌ବଲ ସ˚ଘ ‘ଫାଓ’କୁ ଜଣାଇଦିଆଯାଇଛି। ୨୦୨୨ରେ ହେବାକୁଥିବା ଏଏଫ୍‌ସି ମହିଳା ଚାମ୍ପିଅନସିପ୍‌ ପାଇଁ ଏଠାରେ ଖେଳାଳିମାନଙ୍କର ପ୍ରସ୍ତୁତି ଶିବିର ଚାଲିବ। ଏଥିପାଇଁ ଶିବିରରେ ଯୋଗଦେବାକୁ ଯାଉଥିବା ଓଡ଼ିଶାର ସବୁ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର