୬-ରେଡ୍‌ ସ୍ନକର: ବିପର୍ଯ୍ୟୟ ଘଟାଇଲେ ଜଗଦୀଶ

ଭୁବନେଶ୍ୱର: ଭୁବନେଶ୍ୱରର ୬ ପକେଟ୍‌ସ କ୍ଲବ୍‌ ଆନୁକୂଲ୍ୟରେ ପ୍ରଥମ ଥର ଲାଗି ଆୟୋଜିତ ନିଖିଳ ଓଡ଼ିଶା ୬-ରେଡ୍‌ ସ୍ନକର ପ୍ରତିଯୋଗିତାର ରବିବାର ଜଗଦୀଶ ମହାନ୍ତି ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସେ ସପ୍ତମ ମାନ୍ୟତା ସୌଭାଗ୍ୟ ବେହରାଙ୍କୁ ୪-୩ରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇବା ପରେ ଅଶ୍ୱିନୀ ପଟନାୟକଙ୍କୁ ୪-୦ରେ ପରାସ୍ତ କରି ପ୍ରଥମ ଥର ଲାଗି କ୍ୱାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଜଗଦୀଶଙ୍କ ବ୍ୟତୀତ ଜିତେନ ଷଡ଼ଙ୍ଗୀ, ସୁବ୍ରତ ଦାସ, ଆକାଶ ମହାପାତ୍ର, କୁନାଲ ଅଗ୍ରଓ୍ଵାଲ, ରୁମିତ୍‌ ଗୁପ୍ତା, ଅନୁଜ ପଣ୍ଡା ଓ ଆକ୍ରାମ୍‌ ଖାନ୍‌ ମଧ୍ୟ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ରବିବାର ଜିତେନ ୪-୦ରେ ତରୁଣ ପଟ୍ଟନାୟକଙ୍କୁ, ସୁବ୍ରତ ୪-୦ରେ ମାନସ ବେଉରା ଓ ୪-୦ରେ ରଂଜିତ୍‌ ପତିଙ୍କୁ, ଆକାଶ ୪-୧ରେ ସତ୍ୟଦୀପ ଦାସଙ୍କୁ, କୁନାଲ ୪-୩ରେ ସୁମନ ପଟ୍ଟନାୟକ ଓ ୪-୧ରେ ସାରଦା ବେହେରାଙ୍କୁ, ରୁମିତ୍‌ ୪-୧ରେ ସମୀର ଅଲ୍ଲୀଙ୍କୁ, ଅନୁଜ ୪-୧ରେ ମିଶାଲ ସ୍ୱାଇଁଙ୍କୁ ଏବଂ ଆକ୍ରାମ୍‌ ଖାନ୍‌ ୪-୩ରେ ଅମୀୟ ରଞ୍ଜନ ନାୟକଙ୍କୁ ପରାସ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ପିତ ଅଗ୍ରଓ୍ଵାଲ ୪-୨ରେ ସୁମିତ ହେମ୍ବ୍ରମ୍‌ଙ୍କୁ, ସାରଦା ବେହେରା ୪-୨ରେ ରାକେଶ ପ୍ରଧାନଙ୍କୁ, ନିଶ୍ଚୟ ମିଶ୍ର ୪-୧ରେ ଶିବାଶିଷ ବିଶ୍ୱାଳଙ୍କୁ ଏବଂ ଅମୀୟ ନାୟକ ୪-୨ରେ ନିଶ୍ଚୟ ମିଶ୍ରଙ୍କୁ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର