ଅନ୍ୟୁନ ୨ ବର୍ଷର ଅନ୍ତର୍ଜାତୀୟ ଅଭିଜ୍ଞତା
୩୦ ଟେଷ୍ଟ୍ କିମ୍ବା ୫୦ ଦିନିକିଆ ଖେଳିବା ବାଞ୍ଛନୀୟ
ରବି ଶାସ୍ତ୍ରୀଙ୍କୁ ବି ମିଳିବ ସୁଯୋଗମୁମ୍ବାଇ,: ବିସିସିଆଇ ମଙ୍ଗଳବାର ଭାରତୀୟ କ୍ରିକେଟ୍ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରିଛି। ପ୍ରଶିକ୍ଷକଙ୍କ ସହ ସହକାରୀ ଅଧିକାରୀଙ୍କ ପାଇଁ ମଧ୍ୟ ଆବେଦନ ଆହ୍ବାନ କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ। ରବି ଶାସ୍ତ୍ରୀଙ୍କ ନେତୃତ୍ବରେ କାର୍ଯ୍ୟ କରୁଥିବା ବର୍ତମାନର ପ୍ରଶିକ୍ଷକ ମଣ୍ଡଳିର କାର୍ଯ୍ୟକାଳ ଅଗଷ୍ଟ ୩ ତାରିଖରେ ଶେଷ ହୋଇଯାଉଥିବା ପରିପ୍ରେକ୍ଷୀରେ ବିସିସିଆଇ ଏଭଳି ପଦକ୍ଷେପ ନେଇଛି। ଫଳରେ ଶାସ୍ତ୍ରୀ ତାଙ୍କ ପଦ ବଜାୟ ରଖିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେହିଭଳି ଦୁଇ ସହକାରୀ ପ୍ରଶିକ୍ଷକ ସଂଜୟ ବାଙ୍ଗର ଏବଂ ଭରତ ଅରୁଣ ମଧ୍ୟ ପଦ ହରାଇବାର ଆଶଙ୍କା ବଢ଼ି ଯାଇଛି। ଆଜି ପ୍ରକାଶ କରିଥିବା ବିଜ୍ଞପ୍ତିରେ ବିସିସିଆଇ ମୁଖ୍ୟ ପ୍ରଶିକ୍ଷକ, ବ୍ୟାଟିଂ ପ୍ରଶିକ୍ଷକ, ବୋଲିଂ ପ୍ରଶିକ୍ଷକ, କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ, ଫିଜିଓ, ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକଙ୍କ ସହ ପ୍ରଶାସନିକ ପ୍ରବନ୍ଧକ ପଦ ପାଇଁ ବି ଦରଖାସ୍ତ ଆହ୍ବାନ କରିଛି। ବର୍ତମାନର ପ୍ରଶିକ୍ଷକ ମଣ୍ଡଳିଙ୍କୁ କିନ୍ତୁ ପୁନଃ ଆବେଦନ କରିବାକୁ ପଡ଼ିବ ନାହିଁ। ଚୂଡ଼ାନ୍ତ ନିଷ୍ପତ୍ତି ନେଲା ବେଳେ ସେମାନଙ୍କୁ ମଧ୍ୟ ବିଚାରକୁ ନିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ମୁଖ୍ୟ ପ୍ରଶିକ୍ଷକ ପଦ ଲାଗି ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କର ଟେଷ୍ଟ ଖେଳୁଥିବା ଦେଶ ସହ ଦୁଇ ବର୍ଷ କିମ୍ବା ଆଇସିସିର ସହଯୋଗୀ ସଦସ୍ୟ ରାଷ୍ଟ୍ର କିମ୍ବା ଆଇପିଏଲ୍ ଦଳ ସହ ଅନ୍ୟୁନ ତିନି ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ବାଞ୍ଛନୀୟ। ସେହିଭଳି ଆବେଦନକାରୀ ୩୦ ଟେଷ୍ଟ୍ କିମ୍ବା ୫୦ ଦିନିକିଆ ଖେଳିଥିବେ। ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକଙ୍କ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ସର୍ତ୍ତ ବାଦ୍ ଅନ୍ୟ ସମସ୍ତ ଯୋଗ୍ୟତା ପୂରଣ କରିବାକୁ ହେବ। ଏହି ତିନିଟି ପଦ ଲାଗି ୧୦ ଟେଷ୍ଟ୍ କିମ୍ବା ୨୫ ଦିନିକିଆ ଖେଳିଥିଲେ ଚଳିବ। ହେଲେ ବୟସ ୬୦ ବର୍ଷରୁ କମ୍ ହେବା ଦରକାର। ବିଶ୍ବକପ୍ର ସେମିଫାଇନାଲରୁ ବିଦାୟ ନେବା ସତ୍ତ୍ବେ ଆଗକୁ ଇଣ୍ଡିଜ୍ ଗସ୍ତ ଥିବାରୁ ମୁଖ୍ୟ ପ୍ରଶିକ୍ଷକ ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଓ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟକାଳକୁ ବିସିସିଆଇ ୪୫ ଦିନ ପାଇଁ ବଢ଼ାଇଥିଲା। ଶାସ୍ତ୍ରୀ, ବାଙ୍ଗର, ଅରୁଣ ପୁଣି ଥରେ ଦୌଡ଼ରେ ରହିବେ। ତେବେ ଶଙ୍କର ବସୁ ଓ ପାଟ୍ରିକ୍ ଫରହତ ବିଦାୟ ନେବା ପରେ ଭାରତୀୟ ଦଳ ନୂଆ ଟ୍ରେନର ଓ ଫିଜିଓ ପାଇବା ଏକ ପ୍ରକାର ନିଶ୍ଚିତ। ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ପରେ ଭାରତର ଘରୋଇ ଋତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଶାସ୍ତ୍ରୀଙ୍କୁ ୨୦୧୭ ମସିହାରେ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ୫୭ ବର୍ଷୀୟ ଶାସ୍ତ୍ରୀ ଏହା ପୂର୍ବରୁ ଅଗଷ୍ଟ ୨୦୧୪ରୁ ଜୁନ୍ ୨୦୧୬ ପର୍ଯ୍ୟନ୍ତ ଭାରତୀୟ ଦଳର ନିର୍ଦେଶକ ଥିଲେ।
୬୦ ବର୍ଷରୁ କମ୍ ବୟସ୍କ ହେବେ ଭାରତୀୟ ଦଳର ପ୍ରଶିକ୍ଷକ
ନୂଆ ପ୍ରଶିକ୍ଷକଙ୍କ ପାଇଁ ବିସିସିଆଇ ଦରଖାସ୍ତ ଆହ୍ବାନ-
/sambad/media/post_attachments/wp-content/uploads/2019/07/bcci-logo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)