ଭାରତକୁ ୬୧୬ ପଦକ

ଭୁବନେଶ୍ୱର,: ଏସୀୟ କ୍ରୀଡ଼ାର ୬୭ ବର୍ଷ ଇତିହାସରେ ୧୭ଟି ସଂସ୍କରଣ ଆେୟୋଜିତ ହୋଇସାରିଛି। ୧୯୫୧ ମସିହାରେ ନୂଆଦିଲ୍ଲୀରେ ପ୍ରଥମ ସଂସ୍କରଣଠାରୁ ଭାରତ ପ୍ରତିଥର ଭାଗ ନେଇ ଆସିଛି। ୧୯୨୭ ମସିହାରେ ଭାରତୀୟ ଅଲିମ୍ପିକ୍‌ ସଂଘ ଗଠିତ ହୋଇଥିଲା ଏବଂ ସେହି ବର୍ଷଠାରୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସମିତି ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି। ଏସୀୟ କୀଡ଼ା ସଂଘ ଗଠନର ୫ ଜଣ ପ୍ରତିଷ୍ଠା ସଦସ୍ୟଙ୍କ ମଧ୍ୟରେ ମଧ୍ୟ ଭାରତ ରହିଛି। ଭାରତ ୧୯୫୧ ଏବଂ ୧୯୮୨ରେ ଦୁଇ ଥର ଏହାକୁ ସଫଳତାର ସହ ଆୟୋଜନ କରି ସାରିଛି। ଏସୀୟ କ୍ରୀଡ଼ା ପରିଷଦ ପକ୍ଷରୁ ମଧ୍ୟ ଅନ୍ୟ ୫ଟି ପ୍ରମୁଖ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ସେଗୁଡିକ ହେଉଛି-ଏସୀୟ ଶୀତକାଳୀନ କ୍ରୀଡ଼ା, ଏସୀୟ ଇନ୍‌ଡୋର ମାର୍ଶାଲ୍‌ ଆର୍ଟ ଗେମ୍‌ସ, ଏସୀୟ ବିଚ୍‌ ଗେମ୍‌ସ, ଏସୀୟ ୟୁଥ୍‌ ଗେମ୍‌ସ ଏବଂ ୨୦୧୩ ମସିହାରୁ ଏସୀୟ ଇନଡୋର ମାର୍ଶାଲ୍‌ ଆର୍ଟ ଗେମ୍‌ସ।
ସମସ୍ତ ୧୭ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ୭ ଦେଶ ମଧ୍ୟରେ ଭାରତ ରହିଛି

ଅନ୍ୟ ୬ ଦେଶ ହେଲେ ଇଣ୍ଡୋନେସିଆ, ଜାପାନ, ଫିଲିପାଇନ୍‌ସ, ଶ୍ରୀଲଙ୍କା, ସିଙ୍ଗାପୁର ଏବଂ ଥାଇଲାଣ୍ଡ୍‌। ସେହିଭଳି ପ୍ରତି ଥର ଅନ୍ୟୁନ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଭାରତକୁ ମିଳିଛି। ୧୯୯୦ ସଂସ୍କରଣକୁ ଛାଡ଼ିଦେଲେ ଭାରତ ପ୍ରତିଥର ମଧ୍ୟ ପଦକ ତାଲିକାର ଶୀର୍ଷ ୧୦ ଭିତରେ ରହିଛି। ଭାରତକୁ ସର୍ବାଧିକ ପଦକ ମିଳିଛି ଦୌଡ଼କୁଦରୁ। ୭୨ ସ୍ୱର୍ଣ୍ଣ, ୭୭ ରୌପ୍ୟ, ୮୪ କାଂସ୍ୟ ସହିତ ଭାରତ ୨୩୩ ପଦକ ଜିତିଛି ଏହି ଖେଳରୁ। ଦଳଗତ ଖେଳ ଦେଖିଲେ କବାଡ଼ିରେ ୯ ଥର ଏବଂ ହକିରେ ୪ ଥର ସ୍ୱର୍ଣ୍ଣ ପଦକ ହାସଲ କରିଛି। ଇତିହାସରେ ମୋଟ ୧୩୯ ସ୍ୱର୍ଣ୍ଣ, ୧୭୯ ରୌପ୍ୟ ଏବଂ ୨୯୯ କାଂସ୍ୟ ସହିତ ଭାରତ ମୋଟ ୬୧୬ ପଦକ ଜିତି ସାରିଛି। ଦଳଗତ ଭାବେ କିନ୍ତୁ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ପ୍ରଥମ ସଂସ୍କରଣ (ଦ୍ୱିତୀୟ)ରୁ ରହିଛି।

ସମ୍ବନ୍ଧିତ ଖବର