ରାଜ୍ୟ କରାଟେ ରେଫରି ପ୍ରଶିକ୍ଷଣ ଓ ପରୀକ୍ଷାରେ ୬୬ କୃତକାର୍ଯ୍ୟ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ କରାଟେ-ଡୋ ସଂଘ ଆନୁକୂଲ୍ୟରେ ଜାତୀୟସ୍ତରୀୟ ରେଫରି ଓ ଜଜ୍‌ ପ୍ରଶିକ୍ଷଣ ଏବଂ ପରୀକ୍ଷା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ବୁଧବାର ଅନୁଷ୍ଠିତ ‌‌ହୋଇଯାଇଛି। ପ୍ରଶିକ୍ଷଣ ଶିବର ଓ ପରୀକ୍ଷାକୁ ବିଶ୍ବ କରାଟେ ସଂଘର ରେଫରି ତଥା କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କିଓ)ର ରେଫରି କମିସନ ଚେୟାରମ୍ୟାନ ହାନ୍‌ସି ପ୍ରେମଜିତ ସେନ ପରିଚାଳନା କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା

ବ୍ଲାକ୍‌ବେଲ୍ଟ କରାଟେକାମାନେ ଜଜ୍‌-ଏ ଓ ବି, ରେଫରି-ଏ ଓ ବି’ ପରୀକ୍ଷାରେ ଭାଗନେଇଥିଲେ। ଏମାନଙ୍କ ମଧ୍ୟରେ ୬୬ ଜଣ କୃତକାର୍ଯ୍ୟ ହୋଇଥିଲେ। ରାଜ୍ୟ‌ କରାଟେ ସଂଘର ସଭାପତି ହରିପ୍ରସାଦ ପଟ୍ଟନାୟକ ଏବଂ ସମ୍ପାଦିକା ଗୌରୀ ମହାନ୍ତିଙ୍କ ତତ୍ବାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର