ଭୁବନେଶ୍ୱର: ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ମଙ୍ଗଳବାର ୨୦୧୮-୧୯ ଋତୁ ପାଇଁ ଭିନ୍ନ ଭିନ୍ନ ୬ଟି ସମିତି ଗଠନ କରିଛି। ଏହି ସମିତିଗୁଡ଼ିକ ହେଲା ଫାଓ ପରାମର୍ଶଦାତା ସମିତି, ଫାଓ ଫୁଟ୍ବଲ୍ ଉନ୍ନୟନ ସମିତି, ବରିଷ୍ଠ ପୁରୁଷ ମନୋନୟନ ସମିତି, କନିଷ୍ଠ ବାଳକ ମନୋନୟନ ସମିତି, ମହିଳା ମନୋନୟନ ସମିତି ଏବଂ ଫାଓ ଏକାଡେମି ପ୍ରଶିକ୍ଷଣ ଦଳ ଓ ଏଆଇଏଫ୍ଏଫ୍ ଯୁବ ଲିଗ୍। ଜ୍ଞାନରଞ୍ଜନ ଦାସ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ମହମ୍ମଦ ସାହିଦ୍ ଜବାର ଏକାଧିକ ସମିତିରେ ସାମିଲ ହୋଇଛନ୍ତି।
ଆଶୀର୍ବାଦ ବେହେରା ପରାମର୍ଶଦାତା ସମିତି ଅଧ୍ୟକ୍ଷ ରହିଥିଲା ବେଳେ ଅଧୀପ ଦାସ (ଉପାଧ୍ୟକ୍ଷ), ଏସ୍ଆର୍ ପରିଜା, ହରି ନାରାୟଣ ପୂଜାରୀ, ଶିବପ୍ରସାଦ ତ୍ରିପାଠୀ, କିଶୋର କୁମାର ବିଶ୍ୱାଳ, ଧୀରେନ କୁମାର ପଲେଇ ଓ ଦୁର୍ଗାମାଧବ ନାଏକ (ସମସ୍ତ ସଦସ୍ୟ) ସାମିଲ ହୋଇଛନ୍ତି।
ଫୁଟ୍ବଲ୍ ଉନ୍ନୟନ ସମିତିରେ ଆର୍ପି ସିଂହ (ଅଧ୍ୟକ୍ଷ), ଶ୍ରଦ୍ଧାଞ୍ଜଳି ସାମନ୍ତରାୟ (ଉପାଧ୍ୟକ୍ଷା), ଦୁଲାଲ ପ୍ରଧାନ, ଗୋପବନ୍ଧୁ ସାହୁ, ମହମ୍ମଦ ସାହିଦ ଜବାର, ଜ୍ଞାନରଞ୍ଜନ ଦାସ, ଜ୍ଞାନରଞ୍ଜନ ବେହେରା, ପ୍ରସନ୍ନ ଦାସ, ସରୋଜ ଦାସ, ଶୁଭେନ୍ଦୁ ପଣ୍ଡା ଓ ବୀରେନ୍ଦ୍ର କୁମାର ବେହେରା ସଦସ୍ୟ ରହିଛନ୍ତି।
ବରିଷ୍ଠ ମନୋନୟନ ସମିତିରେ ବିଜୟ ଦାସ ଅଧ୍ୟକ୍ଷ, ତଡ଼ିତ କୁମାର ରାଉତ (ଉପାଧ୍ୟକ୍ଷ), ନରେନ୍ଦ୍ର କୁମାର ସାହୁ, ପ୍ରଫୁଲ୍ଲ ମିଶ୍ର, ମାନସ ସାମଲ, ପ୍ରଭାତ କମାର ମହାପାତ୍ର, ଜ୍ଞାନରଞ୍ଜନ ଦାସ, ଗାଙ୍ଗାଧର ବେହେରା, ରାଜଶେଖର ପ୍ରଧାନ, ବିଶ୍ୱରଞ୍ଜନ ଘଡ଼େଇ, ସୁର୍ଜିତ୍ ଟିଗା ସଦସ୍ୟ ରହିଛନ୍ତି।
କନିଷ୍ଠ ମନୋନୟନ ସମିତିରେ ଦିଲିପ କୁମାର ସାହୁ ଅଧ୍ୟକ୍ଷ, ରବିନାରାୟଣ ପଣ୍ଡା ଉପାଧ୍ୟକ୍ଷ, ସମ୍ବିତ ମହାନ୍ତି, ଦେବାନନ୍ଦ ମହାନ୍ତି, ଶଙ୍କର୍ଷଣ ଜେନା, ଭବାନୀ ମହାନ୍ତି, ପ୍ରବାଳ ଦାସ, ସମ୍ବିତ ନନ୍ଦ, ହୃଷୀକେଶ ବେହେରା, ମୋହନ କୋଚିନ୍ ଓ ପରାଶର ବାଗ୍ ସଦସ୍ୟ ରହିଛନ୍ତି।
ମହିଳା ମନୋନୟନ ସମିତିରେ ସୁବ୍ରତ କୁମାର ପଣ୍ଡା ଅଧ୍ୟକ୍ଷ, ପ୍ରଦୀପ କିଶୋର ମହାନ୍ତି ଉପାଧ୍ୟକ୍ଷ, ବିଜୟ କୁମାର କାନୁନ୍ଗୋ, ନନ୍ଦକିଶୋର ପଟ୍ଟନାୟକ, ଏସ୍କେ ୟୁନୁସ୍, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗିତାଞ୍ଜଳି ଖୁଣ୍ଟିଆ, ରଞ୍ଜିତା ମହାନ୍ତି, ସରିତାଜୟନ୍ତୀ ବେହେରା ମମତା କୁମାରୀ ସାମନ୍ତ ଓ ଚିତ୍ରସେନ ପାତ୍ର ସଦସ୍ୟ ରହିଛନ୍ତି।
ପ୍ରଶିକ୍ଷଣ ଦଳ ଓ ଫାଓ ଏକାଡେମିରେ ମହମ୍ମଦ ସାହିଦ୍ ଜବାର ଯୁବ ବିକାଶର ମୁଖ୍ୟ ରହିଥିଲା ବେଳେ ନିପେନ୍ଦ୍ର କୁମାର ଦାସ, ସୂରଜ ଥାପ୍ପା, ସଞ୍ଜୀବ ପାଟଶାଣୀ (ସମସ୍ତେ ପ୍ରଶିକ୍ଷକ), ଗୌତମ ଦାସ (ଗୋଲ୍ରକ୍ଷକ ପ୍ରଶିକ୍ଷକ), ସେକ୍ ମନ୍ଜୁର୍ ଓ ଏଏନ୍ ପିଲାଇ (ସହକାରୀ ପ୍ରଶିକ୍ଷକ) ଏବଂ ନାଜିର୍ ଖାନ୍ ତୃଣମୂଳକ ପ୍ରଶିକ୍ଷକ ରହିଛନ୍ତି।
ଫାଓର ୬ ସମିତି ଗଠିତ
/sambad/media/post_attachments/wp-content/uploads/2018/05/fao-commitee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)