ଶାର୍ଦୁଳ ଠାକୁରଙ୍କୁ ୪ ଓ୍ଵିକେଟ, ୫-୧ ପାଇଁ ଭାରତକୁ ମିଳିଲା ୨୦୫ ରନ୍‌ ଟାର୍ଗେଟ

୬ଷ୍ଠ ଦିନିକିଆ: ବୁମରା-ଚହଲଙ୍କୁ ୨-୨ ଓ୍ଵିକେଟ

ସେଞ୍ଚୁରିଅନ୍‌: ଟିମ୍‌ ଇଣ୍ଡିଆ ବିପକ୍ଷରେ ୬ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୨୦୪ ରନ୍‌ ସଂଗ୍ରହ କରିଛି। ସେଞ୍ଚୁରିଅନ୍‌ର ସୁପର ସ୍ପୋର୍ଟସ୍‌ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ ମିଳିଥିଲା। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ଏହି ସ୍କୋର କରିଛି। ଫଳରେ ଭାରତକୁ ୫-୧ରେ ଶୃଙ୍ଖଳା ବିଜୟ ପାଇଁ ୨୦୫ ରନ୍‌ ଟାର୍ଗେଟ ମିଳିଛି। ଶାର୍ଦୁଲ ଠାକୁରଙ୍କୁ ୪ଟି ଓ୍ଵିକେଟ ମିଳିଛି। ସେହିପରି ଯଶପ୍ରିତ ବୁମରା ଓ ଯୁଜବେନ୍ଦ୍ର ଚହଲଙ୍କୁ ୨-୨ ଓ୍ଵିକେଟ ମିଳିଛି।

୧୫୧ ରନ୍‌ରେ ଖାୟା ଜୁଣ୍ଡୋ(୫୪) ସପ୍ତମ ଓ୍ଵିକେଟରେ ପାଭଲିଅନ୍‌ ଫେରିଥିଲେ। ସେ ଚହଲଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇଥିଲେ। ଦକ୍ଷିଣ ଆଫ୍ରିକା ୧୪୨ ରନ୍‌ରେ ୬ଷ୍ଠ ଓ୍ଵିକେଟରେ କ୍ରିସ ମୋରିସ୍‌(୪)ଙ୍କୁ ହରାଇଥିଲା। ମୋରିସ କୁଳଦୀପ ଯାଦବଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ୍‌ ଦେଇଥିଲେ। ୧୮୭ ରନ୍‌ରେ ଦକ୍ଷିଣ ଆଫ୍ରିକା ମର୍ଣ୍ଣି ମର୍କେଲ(୨୦)ଙ୍କୁ ହରାଇଥିଲା। ସେ ହାର୍ଦ୍ଦିକଙ୍କ ବଲ ଶ୍ରେୟସଙ୍କୁ କ୍ୟାଚ ଦେଇଥିଲେ। ଭାରତର ୯ମ ଓ୍ଵିକେଟର ଶିକାର ହୋଇଥିବା ଇମରାନ୍‌ ତାହିର ମାତ୍ର ୨ ରନ୍‌ ସଂଗ୍ରହ କରି ଆଉଟ ହୋଇଥିଲେ। ସେ ବୁମରାଙ୍କ ବଲ କୋହଲିଙ୍କୁ କ୍ୟାଚ୍‌ ଦେଇଥିଲେ। ଅନ୍ତିମ ଓ୍ଵିକେଟରେ ଶାର୍ଦୁଲଙ୍କ ଦ୍ୱାରା ଆଣ୍ଡିଲେ ଆଉଟ ହୋଇଥିଲେ।

୧୩୫ ରନ୍‌ରେ ହେନ୍‌ରିଚ୍‌ କାଲସେନ(୨୨) ଯଶପ୍ରିତ ବୁମରାଙ୍କ ବଲ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇଥିବା ବେଳେ ୧୩୬ ରନ୍‌ରେ ଫହରାନ୍‌ ହାର୍ଡିନ ମାତ୍ର ଗୋଟିଏ ରନ୍‌ ସଂଗ୍ରହ କରି ଠାକୁରଙ୍କ ବଲ ବୁମରାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌ ଫେରିଥିଲେ। ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୩ ରନ୍‌ରେ ପ୍ରଥମ ଓ୍ଵିକେଟ ହାସିମ ଆମଲା(୧୦)ଙ୍କୁ ହରାଇଥିଲା। ଆମଲା ୧୯ଟି ବଲ ଖେଳି ଶାର୍ଦୁଳ ଠାକୁରଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍‌ ଦେଇଥିଲେ। ୪୩ ରନ୍‌ରେ ଭାରତର ୨ୟ ଶିକାର ହୋଇଥିଲେ ଆଇଡେନ ମାର୍କମ(୨୪)। ସେ ମଧ୍ୟ ଠାକୁରଙ୍କ ବଲ ଶ୍ରେୟସ ଆୟାରଙ୍କୁ କ୍ୟାଚ୍‌ ଦେଇଥିଲେ। ସେହିଭଳି ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ ୩୦ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ। ସେତେବେଳକୁ ଦଳର ସ୍କୋର ୧୦୫ ରନ୍‌ ଥିଲା। ଡିଭିଲିୟର୍ସ ୩୪ଟି ବଲ ଖେଳି ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର