ବିଶ୍ବସ୍ତରୀୟ କ୍ରୀଡ଼ା ପୋଷାକ କମ୍ପାନିର ଦୂତ ହେଲେ ମେରିକମ୍‌

ନୂଆଦିଲ୍ଲୀ: ୬ ଥର ବିଶ୍ବବିଜୟିନୀ ଭାରତୀୟ ମହିଳା ମୁ‌ଷ୍ଟି ଯୋଦ୍ଧା ଏମ୍‌ସି ମେରିକମ୍‌ ବିଶ୍ବସ୍ତରୀୟ କ୍ରୀଡ଼ା ପୋଷାକ କମ୍ପାନି ‘ପୁମା’ର ଦୂତ ଭାବେ ସୋମବାର ନିଯୁକ୍ତ ହୋଇଛନ୍ତି। ସେ ଏହି ସଂସ୍ଥା‌ ସହ ୨ ବର୍ଷ ପର୍ଯ୍ୟନ୍ତ ରହିବେ। ମେରିକମ୍‌ ଭାରତୀୟ ମହିଳାଙ୍କ ମଧ୍ୟରେ ଜଣେ ଆଦର୍ଶ। ସେ ଆମ ପରିବାର ସହ ଯୋଡ଼ି ହୋଇଥିବାରୁ ଆମେ ଗର୍ବିତ। ଆମ କମ୍ପାନିର ମହିଳାମାନଙ୍କ ପୋଷାକକୁ ସାରା ଭାରତରେ ଆଦୃତ କରିବାରେ ସହଯୋଗ କରିବେ ବୋଲି ପୁମାର ଭାରତର କାର୍ଯ୍ୟକାରୀ ନିର୍ଦେଶକ ଅଭିଷେକ ଗାଙ୍ଗୁଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର