ଅନ୍ତର୍ଜାତୀୟ କ୍ରିକେଟର୍ଙ୍କ ଟିକିଏ ଝଲକ ପାଇବା ସବୁ କ୍ରିକେଟ୍ ପ୍ରେମୀଙ୍କ ସ୍ବପ୍ନ ଥାଏ। ଏଥିଲାଗି ସେମାନଙ୍କୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼େ। ହେଲେ ଅଷ୍ଟ୍ରେଲିଆର ଜଣେ ୬ ବର୍ଷୀୟ ବାଳକ ନିଜ ଜାତୀୟ ଦଳ ସହ ଅଭ୍ୟାସ କରିବାର ଅପୂର୍ବ ସୁଯୋଗ ମଙ୍ଗଳବାର ପାଇଛି। ଫଳରେ ସେ ରାତାରାତି ଷ୍ଟାର ପାଲଟି ଯାଇଛି। ଆର୍ଚି ସ୍କିଲର୍ ନାମକ ଏହି ବାଳକ ଜଣକୁ ଅଷ୍ଟ୍ରେଲିଆ ଦଳରେ ଅଭ୍ୟାସ କରିବାର ସୁଯୋଗ ଦେବାକୁ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ୟୁଏଇରେ ଖେଳା ଯାଇଥିବା ପାକିସ୍ତାନ ବିପକ୍ଷ ଶୃଙ୍ଖଳାରେ କଥା ଦେଇଥିଲେ। ଗୁରୁବାରଠାରୁ ଆଡିଲେଡରେ ଆରମ୍ଭ ହେଉଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍ ପୂର୍ବରୁ ଲାଙ୍ଗର ତାଙ୍କ କଥା ରଖିଛନ୍ତି। ମଙ୍ଗଳବାର ଆର୍ଚିକୁ ସେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ଢେର କିଛି ସମୟ ଅଭ୍ୟାସ କରିବାର ସୁଯୋଗ ଦେଇଥିଲେ। ଭାରତ ବିପକ୍ଷରେ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ୍ ପୂର୍ବରୁ ମଧ୍ୟ ପୁଣି ଥରେ ଅଷ୍ଟ୍ରେଲିଆ ଦଳ ସହ ଅଭ୍ୟାସ କରିବାର ସୁଯୋଗ ପାଇବେ। ଏହି ଆଶ୍ବାସନା ଆର୍ଚିକୁ ଲାଙ୍ଗର ଦେଇଛନ୍ତି। ହେଲେ ଆର୍ଚି ବ୍ୟାଟିଂ ନୁହେଁ ଲେଗ୍ ସ୍ପିନ୍ ବୋଲିଂ କରିବାକୁ ଅଧିକ ପସନ୍ଦ କରନ୍ତି। ଆଗକୁ ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଆଉଟ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଲାଙ୍ଗର ଏବଂ କୁନି କ୍ରିକେଟ୍ ବିଶେଷଜ୍ଞ ଆର୍ଚି ମଧ୍ୟରେ ଏଥିନେଇ ହୋଇଥିବା ବାର୍ତାଳାପ ଏବେ ବେଶ୍ ଲୋକପ୍ରିୟ ହୋଇଛି। ଏଥିରେ ଲାଙ୍ଗର ବକ୍ସିଂ ଡେ’ ଟେଷ୍ଟ୍ରେ ତୁମେ ଅଷ୍ଟ୍ରେଲିଆ ଦଳର ସଦସ୍ୟ ହେବ। ହେଲେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବ କି ନାହିଁ, ତାହା ମୁଁ କହି ପାରିବି ନାହିଁ ବୋଲି ଆର୍ଚିକୁ କହୁଥିବା ଶୁଣିବାକୁ ମିଳୁଛି।
ଅଷ୍ଟ୍ରେଲିଆ ଦଳ ସହ ଅଭ୍ୟାସ କଲା ୬ ବର୍ଷର ବାଳକ
/sambad/media/post_attachments/wp-content/uploads/2018/12/spo1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)