ପହଞ୍ଚିଲେ ୭ ଜାମସେଦପୁର ଖେଳାଳି

ଭୁବନେଶ୍ୱର: ଚଳିତ ମାସ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ସୁପରକପ୍‌ ଫୁଟବଲ୍‌ ପ୍ରତିଯୋଗିତା ଲାଗି ସୋମବାର ଜାମସେଦପୁର ଏଫ୍‌ସି ଦଳର ୭ ଜଣ ଖେଳାଳି ଭୁବନେଶ୍ୱର ପହଞ୍ଚିଛନ୍ତି। ଆଜି ପହଞ୍ଚିଥିବା ଖେଳାଳିମାନେ ହେଲେ ମେମୋ, ତ୍ରିନ୍ଦାଦେ, ସୁବ୍ରତ ପଲ୍‌, ବେଫର୍ଟ, ମେହତାବ ହୁସେନ, ସଞ୍ଜୀବନ ଘୋଷ, କରଣ ଅମିନ। ଆସନ୍ତା ୭ ଦିନ ମଧ୍ୟରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଥିବା ୧୬ ଦଳର ଖେଳାଳିମାନେ ପର୍ଯ୍ୟାୟକ୍ରମେ ଭୁବନେଶ୍ୱର ପହଞ୍ଚିବେ। ପ୍ରଥମ ଥର ଖେଳା ଯାଉଥିବା ସୁପରକପ୍‌ ଆସନ୍ତା ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୨୦ରେ ଶେଷ ହେବ।

ସମ୍ବନ୍ଧିତ ଖବର