ଆଉ ୭ ଦିନ: ଆର୍ଜେଣ୍ଟିନାର ନେତୃତ୍ବ ନେବେ ମେସି

ନୂଆଦିଲ୍ଲୀ: ଆହତ ଫରୱାର୍ଡ ପାଉଲୋ ଏକବାଲାଙ୍କୁ ଫିଫା ବିଶ୍ବକପ୍‌ ପାଇଁ‌ ଘୋଷିତ ଆର୍ଜେଣ୍ଟିନା ଦଳରେ ସ୍ଥାନ ମିଳିଛି। ପଞ୍ଚମ ଥର ପାଇଁ ବିଶ୍ବକପ୍‌ ଖେଳିବାକୁ ଯାଉଥିବା ଲିଓନେଲ୍‌ ମେସି ଦଳର ନେତୃତ୍ବ ନେଉଥିଲା ବେଳେ ଭେଟେରାନ୍‌ ଖେଳାଳି ଆଞ୍ଜେଲ୍‌ ଡି ମାରିଆ ଓ ନିକୋଲାସ୍‌ ଓଟାମେଣ୍ଡି ଆର୍ଜେଣ୍ଟିନାର ୨୬ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ନଭେମ୍ବର ୨୨ ତାରିଖରେ ସାଉଦି ଆରବ ବିପକ୍ଷରୁ ଆର୍ଜେଣ୍ଟିନା ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ।

ଆର୍ଜେଣ୍ଟିନା ଦଳ: ଗୋଲରକ୍ଷକ-ଇମିଲିଆନୋ ମାର୍ଟିନେଜ୍‌, ଗେରୋନିମୋ ରୁଲି, ଫ୍ରାଙ୍କୋ ଅର୍ମାନି, ଡିଫେଣ୍ଡର-ନହୁଏଲ୍‌ ମୋଲିନା, ଗୋଞ୍ଜାଲୋ ମଣ୍ଟିଏଲ୍‌, କ୍ରିଷ୍ଟିଆନ୍‌ ରୋମେରୋ, ଜର୍ମନ୍‌ ପେଜେଲା, ନିକୋଲାସ୍‌ ଓଟାମେଣ୍ଡି, ଲିସାଣ୍ଡ୍ରୋ ମାର୍ଟିନେଜ୍, ମାର୍କୋସ୍‌ ଅକୁନା, ନିକୋଲାସ୍‌ ଟାଗ୍‌ଲିଆଫିକୋ, ଜୁଆନ୍‌ ଫୋଏଥ୍‌, ମିଡ୍‌ଫିଲ୍ଡର- ରୋଡ୍ରିଗୋ ଡି ପଲ୍‌, ଲିଆଣ୍ଡ୍ରୋ ପରେଡେସ୍‌, ଆଲେକ୍ସିସ୍‌ ମ୍ୟାକ୍‌ଆଲିଷ୍ଟର, ଗୁଇଡୋ ରୋଡ୍ରିଗୁଏଜ୍‌, ଆଲେଜାଣ୍ଡ୍ରୋ ଗୋମେଜ୍‌, ଇଞ୍ଜୋ ଫର୍ଣ୍ଣାଣ୍ଡେଜ୍‌, ଏକ୍‌ଜିକ୍ବେଲ୍‌ ପାଲାସିଓସ୍‌, ଫରୱାର୍ଡ- ଆଞ୍ଜେଲ୍‌ ଡି ମାରିଆ, ଲଉଟାରୋ ମାର୍ଟିନେଜ୍, ଜୁଲିଆନ୍‌ ଅଲ୍‌ଭାରେଜ୍‌, ନିକୋଲାସ୍‌ ଗୋଞ୍ଜାଲେଜ୍‌, ଜୋଆକ୍ବିନ୍‌ କୋରେଆ, ପାଉଲୋ ଦିବାଲା, ଲିଓନେଲ୍‌ ମେସି (ଅଧିନାୟକ)।

ସମ୍ବନ୍ଧିତ ଖବର