୭ ବର୍ଷରୁ କମ୍‌ ରାଜ୍ୟ ଚେସ୍‌, ସ୍ବସ୍ତିକ, ଜ୍ୟୋତିକା ବିଜେତା

କଟକ: ମାଷ୍ଟର ଚେସ୍‌ ଫାଉଣ୍ତେସନ୍‌ ପକ୍ଷରୁ ଆୟୋଜିତ ୭ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଓପନ୍‌ ବିଭାଗରେ କଟକର ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ ସାଢେ ୬ ପଏଣ୍ଟ ପାଇ ବିଜେତା ହୋଇଛନ୍ତି। ତାଙ୍କ ପଛକୁ ଅଭିଜିତ ବିଶ୍ବାଳ (୬) ଦ୍ବିତୀୟ ଓ ସତ୍ୟା˚ଶ ସିୟମ (୫.୫) ତୃତୀୟ ସ୍ଥାନରେ ରହିଛନ୍ତି। ବାଳିକା ବିଭାଗରେ କଟକର ଜ୍ୟୋତିକା ସାହୁ ସାଢେ ୬ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଥିଲା ବେଳେ ଇଶାନି ଦାସ (୬) ଦ୍ବିତୀୟ, ରିପଲ୍‌ ପଣ୍ତା (୫) ଓ ଆରାଧ୍ୟା ଦାଶ (୫) ରହିଛନ୍ତି। ଓପନ ବିଭାଗର ୫ ବର୍ଷରୁ କମ୍‌ ବର୍ଗରେ ସାଇ ସ୍ବସ୍ତିକ ଦାସ ଓ ୬ ବର୍ଷରୁ କମ୍‌ରେ ଆଦି ମନନ ନାୟକ ଏବ˚ ବାଳିକା ବିଭାଗର ୫ ବର୍ଷରୁ କମ୍‌ରେ ଆଦ୍ରିତା ସୁବୁଦ୍ଧି ଓ ୬ ବର୍ଷରୁ କମ୍‌ ବର୍ଗରେ ଜାଗୃତି ପଣ୍ତା ପ୍ରଥମ ସ୍ଥାନରେ ରହିଥିଲେ। ଉଦ୍‌ଯାପନୀ ସମାରୋହରେ ଓଡ଼ିଶା ଚେସ୍‌ ସ˚ଘ ଉପ ସଭାପତି ର˚ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚେସ୍‌ ପ୍ରଶିକ୍ଷକ ସତ୍ୟର˚ଜନ ପଟ୍ଟନାୟକ, ମନୋରମା ଜେନା, ନିରୂପମା ତ୍ରିପାଠୀ, ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର, ଜ୍ୟୋତି ଶଙ୍କର ନନ୍ଦ, ମାଷ୍ଟର ଚେସ୍‌ ଫାଉଣ୍ତେସନ୍‌ର ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ବାଳ ଉପସ୍ଥିତ ଥିଲେ। ଓପନ ବିଭାଗର ଶ୍ରେଷ୍ଠ ତିନିଜଣ ଖେଳାଳି ଓ ବାଳିକା ବିଭାଗରେ ଶ୍ରେଷ୍ଠ ଦୁଇ ଖେଳାଳି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବେ। କୋଲକାତାର ନିଉ ଟାଉନ ବିଦ୍ୟାଳୟରେ ଜୁନ୍‌ ୧ରୁ ୬ ତାରିଖ ପର୍ଯ୍ୟନ୍ତ ୭ ବର୍ଷରୁ କମ୍‌ ଜାତୀୟ ଓପନ୍‌ ଓ ବାଳିକା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର