ବରଫ ଉପରେ ୮୦ ବର୍ଷୀୟା ଜେଜେମା’ଙ୍କ ବୋବାଲ

ମସ୍କୋ: ରୁଷିଆର ଜଣେ ୮୦ ବର୍ଷୀୟା ଜେଜେମା’ ଆଇସ୍ ହକି‌ରେ କରିଥିବା କମାଲ ଏବେ ଚର୍ଚାର ବିଷୟ ହୋଇଛି। ବରଫ ଉପରେ କିଛି ପିଲାଙ୍କୁ ସ୍କେଟିଂ କରୁଥିବା ଦେଖି ଆଇସ୍ ହକି ଖେଳିବାକୁ ଭାଲେଣ୍ଟିନା ଫିଡୋରୋଭା ନାମକ ଏହି ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମନ ବଳାଇଥିଲେ। ମାତ୍ର କିଛି ଦିନ ଭିତରେ ‌ହିଁ ସେ ଜଣେ ପୋଖତ ଖେଳାଳିରେ ପରିଣତ ହୋଇଥିଲେ। ସଂପ୍ରତି ଭାଲେଣ୍ଟିନା ଉତ୍ସ୍ୟାନୋଚକା ଆଇସ୍ ହକି ଦଳର ଅଧିନାୟିକା ଓ ବୟୋଜ୍ୟୋଷ୍ଠା ସଦସ୍ୟ। ଏହି ଦଳର ଅଧିକାଂଶ ସଦସ୍ୟଙ୍କ ବୟସ ୫୦ରୁ ଅଧିକ ହୋଇଥିଲା ବେଳେ ସେମାନେ ଭାଲେଣ୍ଟିନାଙ୍କ ନେତୃତ୍ବରେ ସପ୍ତା‌ହକୁ ତିନି ଥର ଶାରୀରିକ ଅଭ୍ୟାସ କରିବା ସହ ଆଇସ୍‌ ହକି ଖେଳୁଛନ୍ତି। ଭିକ୍ଟୋରିଆଙ୍କର ତିନି ଜଣ ଅଣନାତି ଥିଲା ବେଳେ ସେ ସବୁବେଳେ ନିଜ ଦଳର ଖେଳାଳିଙ୍କୁ ଉତ୍ସାହିତ କରନ୍ତି। ଏବେ ସେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ରୁଷିଆର ପୂର୍ବତନ ଆଇସ ହକି ଖେଳାଳି ତଥା ଅଲିମ୍ପିଆନ୍ ମାରିଆ ଅନୋଲବାୟେଭା ତାଙ୍କୁ ପ୍ରଶଂସା କରିଛନ୍ତି। ଭାଲେଣ୍ଟିନାଙ୍କୁ ଅନୋଲବାୟେଭା ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି।

ସମ୍ବନ୍ଧିତ ଖବର