୮୦୦ ମିଟର ସୁନା-ରୁପା

ମଙ୍ଗଳବାର ଦୌଡ଼କୁଦରେ ଭାରତୀୟ ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଥିଲେ। ବିଶେଷ କରି ପୁରୁଷ ୮୦୦ ମିଟରରେ ଭାରତ ସୁନା-ରୁପା ଜିତିବା ଦଶମ ଦିନକୁ ଅଧିକ ସ୍ମରଣୀୟ କରିଥିଲା। ମନଜିତ ସିଂହ ସମୟ ସହ ସ୍ୱର୍ଣ୍ଣ ଜିତିଥିଲେ। ସେହିଭଳି ଜାତୀୟ କୀର୍ତ୍ତିମାନଧାରୀ ଜିନସନ ଜନସନ ଦ୍ୱିତୀୟ ସ୍ଥାନରେ ରହି ଭାରତକୁ ଓ୍ଵାନ୍‌-ଟୁ ଫିନିସ୍‌ ଉପହାର ଦେଇଥିଲେ। ୨୮ ବର୍ଷୀୟ ମନଜିତ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧ ମିନିଟ୍‌ ୪୬.୧୫ ସେକେଣ୍ଡ ସହ ସ୍ୱର୍ଣ୍ଣ ଜିତିଥିଲେ। ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପଦକ ମଧ୍ୟ ଥିଲା। ଜନସନ ୧ ମିନିଟ୍‌ ୪୬.୩୫ ସେକେଣ୍ଡ ସମୟ ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ। କାତାରର ଅବଦଲ୍ଲା ଅବୁବାକର (୧ ମିନିଟ୍‌ ୪୬.୩୮ ସେକେଣ୍ଡ) ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଥିଲେ। ମିଶ୍ରିତ ରିଲେ ଫାଇନାଲରେ ମଧ୍ୟ ଭାରତ ରୁପା ପାଇଥିଲା। ମହମ୍ମଦ ଆନସ, ପୁଭାମ୍ମା, ହିମା ଦାସ ଓ ଆରୋକିଆ ରାଜୀବଙ୍କୁ ନେଇ ଗଠିତ ଭାରତୀୟ ଦଳ ୩ ମିନିଟ୍‌ ୧୧.୮୯ ସେକେଣ୍ଡ ସମୟ ସହ ବାହାରିନ୍‌ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲା। କାଜାଖସ୍ତାନ ଏହି ଇଭେଣ୍ଟର କାଂସ୍ୟ ପଦକ ଜିତିଥିଲା।

ସମ୍ବନ୍ଧିତ ଖବର