୩ୟ ଟି-୨୦ : ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଶ୍ରୀଲଙ୍କା ଆଗରେ ମାତ୍ର ୮୨ ରନର ବିଜୟ ଲକ୍ଷ୍ୟ

କଲମ୍ବୋ : କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ୩ୟ ଟି-୨୦ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶ୍ରୀଲଙ୍କା ଆଗରେ ମାତ୍ର ୮୨ ରନର ସହଜ ବିଜୟ ଲକ୍ଷ୍ୟ ରଖିଛି ।

ଆଜି ଭାରତର ଅଧିନାୟକ ଶିଖର ଧଓ୍ବନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ପ୍ରଥମରୁ ହିଁ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଅଧିନାୟକ ଶିଖର ଧଓ୍ବନଙ୍କ ସମେତ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଶୂନରେ ଆଉଟ ହୋଇଥିଲେ । ସେହିପରି ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ ଦୁଇ ଅଂକ ଛୁଇଁ ପାରିନଥିଲେ । ଫଳରେ ଭାରତ ୨୦ ଓଭରରେ ୮ ଓ୍ବିକେଟ ହରାଇ ମାତ୍ର ୮୧ ରନ କରିପାରିଥିଲା ।

ଶ୍ରୀଲଙ୍କା ପକ୍ଷରୁ ହସରଂଗା ୪ଟି, ସନକା ୨ଟି ଏବଂ ରମେଶ ମେଣ୍ଡିସ ଓ ଦୁଷ୍ମନ୍ତ ଚମିରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର