୮୨ ବର୍ଷର କୀର୍ତିମାନ ଭଙ୍ଗ: ୨୦୦ ୱିକେଟ୍‌ ନେବାରେ ୟାସିର୍‌ ଦ୍ରୁତତମ

ଆବୁଧାବି: ପାକିସ୍ତାନର ଡାହାଣହାତୀ ସ୍ପିନର ୟାସିର୍‌ ଶାହା ୮୨ ବର୍ଷ ତଳର କୀର୍ତିମାନ ଭାଙ୍ଗି ଦେଇଛନ୍ତି। ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ୍‌ର ଚତୁର୍ଥ ଦିବସ ସକାଳେ ୱିଲିୟମ୍‌ ସୋମରଭିଲ୍ଲେଙ୍କୁ ଆଉଟ୍‌ କରିବା ପରେ ଦ୍ରୁତତମ ୨୦୦ ୱିକେଟ୍‌ ନେବାର ବିଶ୍ବ କୀର୍ତିମାନ କରିଥିଲେ। ଏଥି ସହିତ ସବୁଠୁ କମ୍‌ ଟେଷ୍ଟ୍‌ରେ ୨୦୦ ୱିକେଟ୍‌ ପୂରଣ କରିବାର ଯେଉଁ କୀର୍ତିମାନ ୮୨ ବର୍ଷ ତଳେ ଅଷ୍ଟ୍ରେଲିଆର କ୍ଲାରି ଗ୍ରିମେଟ୍‌ଙ୍କ ନାମରେ ରହିଥିଲା ତାହା ଗୁରୁବାର ପଛରେ ପଡ଼ିଯାଇଛି। ଗ୍ରିମେଟ୍‌ ୧୯୩୬ ମସିହାରେ ୩୬ ଟେଷ୍ଟ୍‌ରୁ ୨୦୦ ୱିକେଟ୍‌ ପୂରଣ କରି ଦ୍ରୁତତମ କୀର୍ତିମାନ ଏପର୍ଯ୍ୟନ୍ତ ନିଜ ନାମରେ ଅତୁଟ ରଖିଥିଲେ। ହେଲେ ୟାସିର୍‌ ଶାହା ଏହି କୀର୍ତିମାନରେ ପହଞ୍ଚିବା ପାଇଁ ୩୩ ଟେଷ୍ଟ୍‌ ଖେଳିଛନ୍ତି।

ସମ୍ବନ୍ଧିତ ଖବର