ଏମ୍‌ଏସ୍‌ ଧୋନିଙ୍କୁ ଭେଟିବା ପାଇଁ ଗ୍ରାଉଣ୍ଡକୁ ଆସିଲେ ୮୭ବର୍ଷୀୟ ମହିଳା, କହିଲେ ଏଭଳି କଥା

ନୂଆଦିଲ୍ଲୀ: ଏମ୍‌ଏସ୍‌ ଧୋନି ଅଷ୍ଟ୍ରେଲିଆରେ ଓ୍ଵାନ୍‌ଡେ ସିରିଜରେ ଖେଳୁଛନ୍ତି। ଅନେକ ଦିନ ପରେ ଧୋନି ଟିମ୍‌ ଇଣ୍ଡିଆକୁ ଫେରିଛନ୍ତି। ଟି-୨୦ରେ ତାଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆର ଋଷଭ ପନ୍ତ ଖେଳିଥିଲେ। ପାଖାପାଖି ୨ମାସ ପରେ ପୁଣି ଧୋନି ଗ୍ରାଉଣ୍ଡରେ ନଜର ଆସିଛନ୍ତି। ୩ଟି ମ୍ୟାଚର ଓ୍ଵାନ୍‌ଡେ ସିରିଜରେ ଟିମ୍‌ ଇଣ୍ଡିଆ ୧-୦ ପଛରେ ଅଛି। ଏହି କ୍ରମରେ ସିଡନି କ୍ରିକେଟ୍‌ ଗ୍ରାଉଣ୍ଡରେ ଯେତେବେଳେ ସେ ଅଭ୍ୟାସ କରୁଥିଲେ ଜଣେ ବୃଦ୍ଧା  ତାଙ୍କୁ ଭେଟିବାକୁ ପହଞ୍ଚି ଥିଲେ। ସେ ଧୋନିଙ୍କ ଜଣେ ବଡ଼ ପ୍ରଶଂସିକା। ଧୋନି ଏହି ବୃଦ୍ଧାଙ୍କ ସହିତ ବସି କିଛି ସମୟ ମଧ୍ୟ କାଟିଥିଲେ।

ଏମ୍‌ଏସ୍‌ ଧୋନି ଗ୍ରାଉଣ୍ଡରେ ଯେତେବେଳେ ନେଟ୍‌ସ୍‌ରେ ଥିଲେ ସେତେବେଳେ ତାଙ୍କ ପାଖରେ ୮୭ବର୍ଷୀୟ ମହିଳା ଆସି ପହଞ୍ଚିଥିଲେ। ଧୋନି ପାଖରେ ଥିବା ଏକ ଚୌକିରେ ବସି ବୃଦ୍ଧାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ମହିଳା ଜଣକ ଧୋନିଙ୍କ ଜଣେ ବଡ଼ ପ୍ରଶଂସକ ବୋଲି କହିବା ସହିତ ଧୋନି ଆଜିକା ସମୟରେ କ୍ରିକେଟର ଡନ୍‌ ବୋଲି ମନ୍ତବ୍ୟ ଦେଇଥିଲେ।

କ୍ୟାମେରାମ୍ୟାନ୍‌ଙ୍କ ସହ କଥା ହୋଇ ବୃଦ୍ଧା କହିଥିଲେ, ‘ମୁଁ ବହୁତ ଭାଗ୍ୟବାନ କି ଆଜି ଏମ୍‌ଏସ୍‌ ଧୋନିଙ୍କୁ ଭେଟିବାର ସୁଯୋଗ ମିଳିଛି। ମୋତେ ବହୁତ ଭଲ ଲାଗୁଛି। ମୁଁ ମୋର ପୁଅ ସହିତ ସିଡନି କ୍ରିକେଟ ଗ୍ରାଉଣ୍ଡକୁ ଧୋନିଙ୍କ ଖେଳ ଦେଖିବାକୁ ଯାଇଥିଲି।’

ସମ୍ବନ୍ଧିତ ଖବର