କଟକ: ଚଳିତ କଳାହାଣ୍ଡି କପ୍ର ବୁଧବାର ମ୍ୟାଚ୍ରେ ସମ୍ବଲପୁର, ଅନୁଗୁଳ, କୋରାପୁଟ, ଦେବଗଡ଼ ଦଳ ବିଜୟୀ ହୋଇଛନ୍ତି। ଏମ୍ଜିଏମ୍ ସ୍ପୋର୍ଟସ୍ କଂପ୍ଲେକ୍ସ ପଡିଆରେ ସମ୍ବଲପୁର ୧ ୱିକେଟରେ ନବରଙ୍ଗପୁର ହରାଇଛି। ନବରଙ୍ଗପୁର ୪୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା। ଜବାବରେ ସମ୍ବଲପୁର ଦଳ ୩୪.୪ ଓଭରରେ ୯ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଡ୍ରିମ୍ସ ପଡିଆରେ ଅନୁଗୁଳ ୧ ୱିକେଟ୍ରେ ବରଗଡ଼କୁ ହରାଇଛି। ବରଗଡ଼ ଦଳ ୮ ୱିକେଟ୍ ହରାଇ ୨୭୪ ରନ୍ କରିଥିଲା। ଜବାବରେ ଅନୁଗୁଳ ୪୮.୪ ଓଭରରେ ୯ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୨୭୫ରେ ପହଞ୍ଚି ଯାଇଥିଲା।
ରେଭେନ୍ସା ପଡିଆ-୧ରେ କୋରାପୁଟ ୩ ୱିକେଟ୍ରେ କଳାହାଣ୍ଡିକୁ ହରାଇଛି। କଳାହାଣ୍ଡି ଦଳ ୪୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା। ଜବାବରେ କୋରାପୁଟ ଦଳ ୪୧.୪ ଓଭରରେ ୭ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। କୋରାପୁଟର ଆଦିତ୍ୟ ରାଉତ ୫୭ ବଲ୍ରୁ ୧୩୫ ରନ୍ କରିଥିଲେ। ସନସାଇନ୍ ପଡିଆରେ ଦେବଗଡ଼ ୭ ୱିକେଟରେ ସୋନପୁରକୁ ହରାଇଛି। ସୋନପୁର ଦଳ ୧୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦ ରନ୍ କରିଥିଲା। ଦେବଗଡ଼ର ମହମ୍ମଦ ଆବୁଜାର ୬ ଓଭର ବୋଲିଂ କରି ୧୫ ରନ୍ ଦେଇ ୯ ୱିକେଟ୍ ନେଇଥିଲେ। ଜବାବରେ ଦେବଗଡ଼ ୪.୪ ଓଭରରେ ୩ ୱିକେଟ୍ ହରାଇ ୨୩ ରନ୍ କରିଥିଲା।