ଆଇପିଏଲ : ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ, ମୁମ୍ବାଇ ଆଗରେ ୯୧ ରନର ବିଜୟ ଲକ୍ଷ୍ୟ

ଶାରଜା : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୧ର ୫୧ତମ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୯୧ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ ।

ଟସ ଜିତି ମୁମ୍ବାଇ ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୯୦ ରନ ହିଁ କରିପାରିଥିଲା । ଦଳର ଦୁଇ ଓପନର ଏଭିନ ଲୁଇସ ଓ ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ଦଳ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବଡ଼ ସ୍କୋର କରିପାରିନଥିଲା ।

ପ୍ଲେ ଅଫରେ ପହଞ୍ଚିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଛି । ଉଭୟ ଦଳ ଏପର୍ଯ୍ୟନ୍ତ ୧୨ଟି ଲେଖାଏଁ ମ୍ୟାଚ ଖେଳି ୧୦ ପଏଣ୍ଟ ଲେଖାଏଁ ପାଇଛନ୍ତି ।

ସମ୍ବନ୍ଧିତ ଖବର