ପଣଜୀ: କୋଲକାତା ଦଳ ଏଟିକେ ମୋହନବାଗାନ ପ୍ରଥମ ଥର ପାଇଁ ଆଇଏସ୍ଏଲ୍ ଟ୍ରଫି ଜିତିଛି। ଶନିବାର ଗୋଆର ଫତୋର୍ଦା ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ଏଟିକେ ମୋହନ ବାଗାନ ୪-୩ ପେନାଲ୍ଟି ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ନିର୍ଧାରିତ ସମୟରେ ମ୍ୟାଚ୍ ୨-୨ ଗୋଲ୍ରେ ଶେଷ ହୋଇଥିଲା। ଏହି ସମୟରେ ଏଟିକେ ପାଇଁ ଦିମିତ୍ରୀ ପେତ୍ରାଟସ ୧୪ ଓ ୮୫ ମିନିଟରେ ପେନାଲ୍ଟି ଗୋଲ୍ ଦେଇଥିଲେ। ବେଙ୍ଗାଲୁରୁ ଏଫସି ପାଇଁ ସୁନିଲ ଛେତ୍ରୀ (୪୫+୫ ମିନିଟ୍) ମଧ୍ୟ ପେନାଲ୍ଟିରୁ ଗୋଲ୍ ଦେଇଥିଲେ। କ୍ରିଷ୍ଣା ରୟ ୭୮ ମିନିଟରେ ଦଳର ଦ୍ବିତୀୟ ଗୋଲ୍ ଦେଇଥିଲେ।
ଏଟିକେ ମୋହନ ବାଗାନକୁ ପ୍ରଥମ ଆଇଏସ୍ଏଲ୍ ଟ୍ରଫି
/sambad/media/post_attachments/wp-content/uploads/2023/03/46465h4sf65fhhhhfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)