ଲାହୋର: ଅର୍ଶଦ ନଦୀମ ପାକିସ୍ତନ ପାଇଁ ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଧରି ରବିବାର ସକାଳେ ସ୍ବଦେଶ ପହଞ୍ଚିଛନ୍ତି। ତାଙ୍କୁ ୱାର୍ଟର କାନନ ସାଲୁଟ୍ ସହ ହଜାର ହଜାର ସମର୍ଥକ ସ୍ବାଗତ କରି ପାଛୋଟି ଆଣିଥିଲେ। ଅର୍ଶଦଙ୍କୁ ତାଙ୍କ ପରିବାର ମଧ୍ୟ ସ୍ବାଗତ କରିଥିଲେ। ତାଙ୍କ ପିତା ଅର୍ଶଦଙ୍କୁ ଫୁଲ ମାଳ ପିନ୍ଧାଇଥିଲା ବେଳେ ଉପସ୍ଥିତ ଥିବା ସମର୍ଥକମାନେ ‘‘ଲଙ୍ଗ ଲିଭ୍ ଅର୍ଶଦ ନଦୀମ! ଲଙ୍ଗ ଲିଭ୍ ପାକିସ୍ତାନ!’’ ନାରା ଦେଇଥିଲେ। ଗୁରୁବାର ଅର୍ଶଦ ଫାଇନାଲ୍ରେ ୯୨.୯୭ ଜାଭ୍ଲିନ୍ ଫିଙ୍ଗି ଅଲିମ୍ପିକ୍ସ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିଲେ। ସେ ଗତ ସଂସ୍କରଣ ବିଜେତା ଭାରତୀୟ ତାରକା ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଦେଇଥିଲେ। ଆର୍ଥିକ ଅନଟନ ଓ ସେନା ଶାସନରେ ଚାଲୁଥିବା ପାକିସ୍ତାନ ଲାଗି ଅର୍ଶଦ ନଦୀମଙ୍କ ଏହି ସ୍ବର୍ଣ୍ଣ ନୂଆ ଆଶା ଦେଇଛି। ପଞ୍ଜାବର ଏକ ଗାଁରେ ଗରିବ ପରିବାରରେ ଜନ୍ମ ନେଇଥିବା ଅର୍ଶଦ ଘର ତିଆରି ଜାଭ୍ଲିନ୍ରେ ଅଭ୍ୟାସ କରୁଥିଲେ। ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲ୍ଲୀ ଜର୍ଦାରି ଶନିବାର ଅର୍ଶଦଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ହିଲାଲ-ଇ-ଇମିତିଆଜ୍ରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି।
ପାକିସ୍ତାନରେ ସୁନା ପୁଅକୁ ଭବ୍ୟ ସ୍ବାଗତ
/sambad/media/post_attachments/wp-content/uploads/2024/08/dgdaadgadadg.jpg)