ପ୍ୟାରିସ: ଫ୍ରାନ୍ସ ଫିଫା ବିଶ୍ବକପ୍ ବୀର ସୋମବାର କାତାରରୁ ପ୍ୟାରିସ ପହଞ୍ଚିଥିଲେ। ଫାଇନାଲ୍ରେ ଆର୍ଜେଣ୍ଟିନାଠୁ ଏହି ଦଳ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ ମଧ୍ୟ ନିଜର ବୀରତ୍ବ ଦେଖାଇଥିଲେ। ଏହି ଫୁଟ୍ବଲ୍ ବୀରଙ୍କୁ ପାଛୋଟି ନେବାକୁ ପ୍ୟାରିସରେ ପ୍ରବଳ ଜନଗହଳି ହୋଇଥିଲା। ହ୍ୟାଟ୍ରିକ୍ ଗୋଲ୍ ଦେଇ ଦଳକୁ ବିଜୟର ଦ୍ବାରରେ ପହଞ୍ଚାଇଥିବା କିଲିଅନ ଏମ୍ବାପେଙ୍କୁ ବିମାନବନ୍ଦର ଅଧିକାରୀମାନେ ବିମାନ ମଧ୍ୟରେ ଓ ବାହାରେ ଢେର ପ୍ରଶଂସା କରିଥିଲେ। ରାଜଧାନୀରେ ହଜାର ହଜାର ଫୁଟ୍ବଲ୍ ପ୍ରଶଂସକ ଏହି ବିଶ୍ବକପ୍ ବୀରଙ୍କୁ ଅଭିବାଦନ ଜଣାଇଥିଲେ। ସଂଧ୍ୟାରେ ସାରା ସହର ଆତସବାଜିରେ ଫାଟି ଉଠିଥିଲା। ଖେଳାଳିମାନେ ତାରକା ହୋଟେଲ ଡି’କ୍ରିଲନ ବାଲ୍କୋନିରୁ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp