କପିଳଙ୍କୁ ଜନ୍ମଦିନର ଅଜସ୍ର ଅଭିନନ୍ଦନ

ନୂଆଦିଲ୍ଲୀ: ଗୁରୁବାର ୬୩ ବର୍ଷରେ ପାଦ ଦେଇଥିବା କ୍ରିକେଟ୍‌ କିଂବଦନ୍ତି କପିଳ ଦେବଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନ୍‌ ନିଜ ଟ୍ବିଟର୍‌ ପୃଷ୍ଠାରେ କପିଳଙ୍କ ସହ ଉଠାଇଥିବା ଏକ ପୁରୁଣା ଫଟୋକୁ ପୋଷ୍ଟ୍‌ କରିବା ସହ ‘‘ଆଜିର ଦିନରେ ତୁମକୁ ଅନେକସାରା ଶୁଭକାମନା କପିଳ ପାଜି। ସୁସ୍ଥ ଏବଂ ଆଗାମୀ ବର୍ଷ ଲାଗି ଶୁଭକାମନା’’ ବୋଲି ଲେଖିଛନ୍ତି। ବିସିସିଆଇ ମଧ୍ୟ ଏହି ୧୯୮୩ ବିଶ୍ବକପ୍ ବିଜେତା ଅଧିନାୟକଙ୍କୁ ଶୁଭେଚ୍ଛା ଜଣାଇଛି। ‘‘୩୫୬ ଅନ୍ତର୍ଜାତୀୟ ମ୍ୟାଚ୍‌, ୯୦୩୧ ଆନ୍ତର୍ଜାତିକ ରନ୍‌ ଓ ୬୮୭ ଆନ୍ତର୍ଜାତିକ ୱିକେଟ୍‌। ୧୯୮୩ ବିଶ୍ବ ବିଜୟୀ ଅଧିନାୟକ ଏବଂ ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡରଙ୍କୁ ଜନ୍ମଦିନର ଶୁଭେଚ୍ଛା’’ ବୋଲି ବିସିସିଆଇ ଟ୍ବିଟ୍‌ କରିଛି। ପୂର୍ବତନ ସ୍ପିନର ହରଭଜନ ସିଂହ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ‘‘ହାପି ବାର୍ଥ‌ ଡେ @ସମ୍ମାନୀୟ କପିଳ ପାଜି’’।

ସମ୍ବନ୍ଧିତ ଖବର