ନୂଆଦିଲ୍ଲୀ: ରବିବାର ରାତିରେ ଅଷ୍ଟ୍ରେଲିଆ ବିଶ୍ବକପ୍ ଟ୍ରଫି ଜିତିବା ପରେ ଡ୍ରେସିଂରୁମ୍ରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରାଯାଇଥିଲା। କିନ୍ତୁ ଏହି ଉତ୍ସବ ମଧ୍ୟରେ ମିଚେଲ ମାର୍ସଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ସହ ଟ୍ରଫି ସହ ତାଙ୍କର ଆଚରଣ ଔଦ୍ଧତ୍ୟର ସୀମା ପାର୍ କରିଯାଇଥିବା କୁହାଯାଉଛି। ଟ୍ରଫି ଜିତିବା ଏକ ସମ୍ମାନର କଥା ହୋଇଥିଲେ ମଧ୍ୟ ମାର୍ସ ତାହା ଉପରେ ଗୋଡ଼ ରଖି ଫଟୋ ଉଠାଇଥିଲେ। ଏହାକୁ ନେଇ ଅନେକ ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। କେତେକ ଏକ୍ସ ବ୍ୟବହାରକାରୀ ଉକ୍ତ ଫଟୋକୁ କପିଳ ଦେବଙ୍କ ୧୯୮୩ ବିଶ୍ବକପ୍ ଟ୍ରଫି ଧରିବା ଫଟୋ ସହିତ ତୁଳନା କରିଛନ୍ତି। କପିଳ ବିଶ୍ବକପ୍ ଟ୍ରଫିକୁ ମୁଣ୍ଡ ଉପରକୁ ଉଠାଇ ଧରିଥିଲେ। ମେସି ଯେତେବେଳେ ଆର୍ଜେଣ୍ଟିନାକୁ ଫିଫା ବିଶ୍ବକପ୍ ଜିତାଇଥିଲେ, ରାତିରେ ଶୋଇବା ବେଳେ ହାତରେ ଧରି ଶୋଇଥିବା ଫଟୋ ଦେଖାଯାଇଥିଲା। କିନ୍ତୁ ମାର୍ସ ଯେଉଁଭଳି ଭାବେ ଟ୍ରଫି ଉପରେ ଗୋଡ଼ ରଖି ଫଟୋ ଉଠାଇଥିଲେ, ତାହା ଗ୍ରହଣଯୋଗ୍ୟ ନୁହେଁ ବୋଲି କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp