ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଟ୍ରାକ୍ ଆଣ୍ଡ ଫିଲ୍ଡରେ ମଧ୍ୟ ଭାରତୀୟ ଖେଳାଳିମାନେ ଯାଦୁ ଦେଖାଇଛନ୍ତି। ବିଶେଷ କରି ପୁରୁଷ ଟ୍ରିପଲ ଜମ୍ପ୍ରେ ଭାରତର ଏଲଡୋସ୍ ପଲ୍ ଓ ଅବଦୁଲ୍ଲା ଆବୁବାକର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ନୂଆ ଇତିହାସ ରଚିଛନ୍ତି। ପଲ୍ ନିଜ ତୃତୀୟ ପ୍ରୟାସରେ ମାରିଥିବା ୧୭.୦୩ ମିଟରର ଲମ୍ଫ ବଳରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ କେରଳ ଆଥଲେଟ୍ ଆବୁବାକର ପଞ୍ଚମ ପ୍ରୟାସରେ ପାଇଥିବା ୧୭.୦୨ ମିଟରର ଦୂରତା ପାଇଁ ରୌପ୍ୟ ପଦକ ପାଇଥିଲେ। ବରମୁଡାର ଜେ-ନହାଲ-ପେରିନଚିଫ୍ (୧୬.୯୨ ମିଟର) ଏହି ଖେଳରେ କାଂସ୍ୟ ପଦକ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ କିନ୍ତୁ ଭାରତର ଦୁଇ ଜଣ ପ୍ରତିଯୋଗୀ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବାର ବିରଳ ସଫଳତା ଲାଭ କରିଥିଲେ। ଅତୀତରେ ଭାରତ ଏହି ଖେଳରୁ ଚାରିଟି ପଦକ ଜିତିଛି। ୧୯୭୦ ଓ ୧୯୭୪ ମସିହାରେ ମହିନ୍ଦର ସିଂହ ଗିଲ୍ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତିଥିଲେ। ସେହିଭଳି ରଂଜୀତ ମାହେଶ୍ବରୀ ଓ ଅର୍ପିନ୍ଦର ସିଂହ ଯଥାକ୍ରମେ ୨୦୧୦ ଓ ୨୦୧୪ରେ ଦୁଇଟି କାଂସ୍ୟ ପଦକ ଅର୍ଜନ କରିଥିଲେ।
ଟ୍ରିପଲ ଜମ୍ପରେ ବିରଳ ସଫଳତା: ଏଲଡୋସ୍ ଓ ଅବଦୁଲ୍ଲା ୧, ୨
/sambad/media/post_attachments/wp-content/uploads/2022/08/54hsf65hsf65h465hsfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)