ଧୋନିଙ୍କ ମାଇଲଖୁଣ୍ଟ ସଂଖ୍ୟା, କ୍ରିକେଟ୍‌ ଇତିହାସର ସଫଳ ଅଧିନାୟକ

ମୁମ୍ବାଇ: ସ୍ବାଧୀନତା ଦିବସରେ ଅନ୍ତର୍ଜାତୀୟ ଅବସର ନେଇଥିବା ମହେନ୍ଦ୍ର ସିଂହ ଧୋନି ଭାରତୀୟ କ୍ରିକେଟ୍‌କୁ କ’ଣ ଦେଇଛନ୍ତି ଏହା ତାଙ୍କ କ୍ରିକେଟ୍ ସଂଖ୍ୟା ଓ ମାଇଲଖୁଣ୍ଟ୍‌ ଦର୍ଶାଇଦେଉଛି। ସେ ଦିନିକିଆର ମହାନ ଖେଳାଳି, ସୀମିତ ଓଭର କ୍ରିକେଟର୍‌ ସଫଳତମ ଅଧିନାୟକ, ଚତୁର ବ୍ୟାଟ୍‌ସମ୍ୟାନ, ବିଚକ୍ଷଣ ୱି‌କେଟରକ୍ଷକ ଏବଂ ଏକାଧାରାରେ ଜଣେ ମହାନ ଭାରତୀୟ କ୍ରିକେଟ୍‌ କିଂବଦନ୍ତି।
ଦିନିକିଆ କିଂବଦନ୍ତି
।୧୦,୭୭୩: ଦିନିକିଆ ଇତିହାସର ଏକାଦଶ ସର୍ବାଧିକ ରନ୍‌ ସଂଗ୍ରହକାରୀ।
।୫୦.୫୭: ଦିନିକିଆ ଇତିହାସର ବ୍ୟାଟିଂ ହାରାହାରି ଶୀର୍ଷ ୮ ଭିତରେ।
।୪୮.୫୬: ପାଞ୍ଚ ଓ ଛ’ ନମ୍ବର ସ୍ଥାନରେ ବ୍ୟାଟିଂ ହାରାହାରି। ଡି’ଭିଲିୟର୍ସ ଓ ମାଇକେଲ୍ ‌ବେଭାନଙ୍କ ପରେ ତୃତୀୟ।
।୧୯୪.୨୮: ଦିନିକିଆରେ ୫୦ରୁ ଊର୍ଧ୍ବ ପାଳିରେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍‌।
।୬୯: ବିଭିନ୍ନ ମ୍ୟାଚ୍‌କୁ ମିଶାଇଲେ ଧୋନିଙ୍କ ହାରାହାରି। କୋହଲି ଓ ଆଜମଙ୍କ ପରେ ତୃତୀୟ।
।୧୦୨.୭୧: ସଫଳ ପଶ୍ଚାତଧାବନ ବେଳେ ହାରାହାରି।
।୨୦୦୮-୨୦୧୪: ଦିନିକିଆରେ ଧୋନିଙ୍କ ସ୍ବର୍ଣ୍ଣିମ ସମୟ। ଏହି ୭ ବର୍ଷରୁ ୬ ବର୍ଷ ୫୦ରୁ ଊର୍ଧ୍ବ ହାରରେ ଖେଳିଥିଲେ।

ଶ୍ରେଷ୍ଠ ପ୍ରଦର୍ଶନ
ଯମଜ ଶତକ (୨୦୦୫): ୧୪୮ ବନାମ ପାକିସ୍ତାନ, ୧୮୩* ବନାମ ଶ୍ରୀଲଙ୍କା। ପଦାର୍ପଣର ବର୍ଷକ ଭିତରେ ସେ ଏହି ଶତକ ହାସଲ କରିଥିଲେ ଯେତେବେଳେ ସଚିନ ଏକ ଅଙ୍କରେ ଆଉଟ୍ ହୋଇଥିଲେ।
ଚାପ ପରିସ୍ଥିତିରେ
।୭୩* ବନାମ ପାକିସ୍ତାନ, ଲାହୋର, ୨୦୦୬
।୧୩୯* ବନାମ ଆଫ୍ରିକା ଏକାଦଶ, ଚେନ୍ନାଇ, ୨୦୦୭
।୧୧୩* ବନାମ ପାକିସ୍ତାନ, ଚେନ୍ନାଇ, ୨୦୧୨
।୧୩୪ ବନାମ ଇଂଲଣ୍ଡ, କଟକ, ୨୦୧୭।

ବଡ଼ ମ୍ୟାଚ୍‌
୯୧* ବନାମ ଶ୍ରୀଲଙ୍କା, ମୁମ୍ବାଇ ୨୦୧୧। ବିଶ୍ବକପ୍‌ ଫାଇନାଲରେ ମୁଥୟା ମୁରଲୀଧରନଙ୍କୁ ପ୍ରତିଆକ୍ରମଣ କରିବା ଲାଗି ନିଜ ବ୍ୟାଟିଂରେ ପଦୋନ୍ନତି କରି ଖେଳିଥିଲେ ଏହି ବିଜୟୀ ପାଳି।

ଫଳପ୍ରଦ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌
।୪୮୭୬: ମାର୍କ ବାଉଚର୍‌ ଓ ଆଡାମ ଗିଲକ୍ରିଷ୍ଟଙ୍କ ପରେ ତୃତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ସ୍ବୀକୃତିପ୍ରାପ୍ତ ୱିକେଟ୍‌ରକ୍ଷକ।
।୯୦: ଜଣେ ସ୍ବୀକୃତିପ୍ରାପ୍ତ ଭାରତୀୟ ୱିକେଟରକ୍ଷକ ଭାବେ ସର୍ବାଧିକ ଟେଷ୍ଟ୍‌ ଖେଳିଥିଲେ। ସୟଦ କିର୍ମାନି (୮୮)ଙ୍କୁ ଟପି ଭାରତର ସବୁଠୁ ଅଭିଜ୍ଞ ୱିକେଟରକ୍ଷକ। ଧୋନିଙ୍କଠାରୁ ମାତ୍ର ୬ ଜଣ ଅଧିକ ମ୍ୟାଚ୍‌ ଖେଳିଛନ୍ତି।
।୨୨୪: ମହେନ୍ଦ୍ର ସିଂହ ଧୋନିଙ୍କ ସର୍ବୋଚ୍ଚ ଟେଷ୍ଟ୍ ପାଳି ସ୍କୋର। ଚେନ୍ନାଇରେ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଏହାକୁ ମାତ୍ର ୨୬୫ ବଲ୍‌ରୁ ହାସଲ କରିଥିଲେ। ୱିକେଟରକ୍ଷକ ଭାବେ ଆଣ୍ଡି ଫ୍ଳାୱାର (୨୩୨*) ଓ କୁମାର ସାଙ୍ଗାକାରା (୨୩୦)ଙ୍କ ପରେ ତୃତୀୟରେ ଅଛନ୍ତି।
।୪୮.୪: ବିଜୟୀ ମ୍ୟାଚ୍‌ରେ ହାରାହାରି ବ୍ୟାଟିଂ। ଟେଷ୍ଟ୍ ଇତିହାସରେ ସପ୍ତମ ଶ୍ରେଷ୍ଠ।
।୪/୬: ଧୋନିଙ୍କ ୬ ଟେଷ୍ଟ୍ ଶତକ ମଧ୍ୟରୁ ୪ଟି ବିଜୟରେ ଲାଗିଥିଲା।
।୭୬* ଏବଂ ୨୦୩ ମିନିଟ୍‌: ବିଦେଶ ମାଟିରେ ଶ୍ରେଷ୍ଠ ପ୍ରଦର୍ଶନ। ୨୦୦୭ ଲର୍ଡସ ଟେଷ୍ଟରେ ପ୍ରଥମ ପାଳିରେ ଶୂନରେ ଆଉଟ୍ ପରେ ଦଳର ଦ୍ବିତୀୟ ପାଳି ବିପର୍ଯ୍ୟୟ (୧୪୫/୫) ବେଳେ ଆସି ୨୦୩ ମିନିଟ୍‌ ଖେଳି ୭୬* ରନ୍‌ ପାଳି ସହ ମ୍ୟାଚ୍‌ ବଞ୍ଚାଇଥିଲେ। ଭାରତ ପରେ ନଟିଂହାମ ଟେଷ୍ଟ୍‌ ସହ ବିରଳ ଶୃଙ୍ଖଳା ବିଜୟ ପାଇଥିଲା।

ଟି-୨୦ ଅନ୍ତର୍ଜାତୀୟରେ ଅସଫଳ
ଚେନ୍ନାଇ ସୁପର୍‌ କିଙ୍ଗସକୁ ବହୁବାର ଆଇପିଏଲ୍‌ ବିଜେତା କରାଇଥିଲେ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିନଥିଲେ। ୨୦୦୭ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୩ ବଲରୁ ୪୫ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ୧୮ ବଲରୁ ୩୬ ରନ୍‌ କରିଥିଲେ। ୨୦୦୯ରେ ମୋହାଲିରେ ଭାରତର ସର୍ବୋଚ୍ଚ ରନ୍ ପଶ୍ଚାତଧାବନ (୨୦୭) ବେଳେ ଶ୍ରୀଲଙ୍କା ବିପକ୍ଷରେ ୨୮ ବଲରୁ ୪୬ ରନ୍ କରିଥିଲେ।

କ୍ରିକେଟ୍‌ ଇତିହାସର ସଫଳ ଅଧିନାୟକ
ମହେନ୍ଦ୍ର ସିଂହ ଧୋନି ‌କ୍ରିକେଟ୍‌ ଇତିହାସର ସବୁଠୁ ସଫଳ ଅଧିନାୟକ ରହିଛନ୍ତି। ୨୦୦୭ ଆଇସିସି ଟି-୨୦ ବିଶ୍ବକପ୍‌, ୨୦୧୧ ଦିନିକିଆ ବିଶ୍ବକପ୍‌, ୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫି ସହ ୨୦୦୯ରେ ଭାରତକୁ ମଧ୍ୟ ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଏକ ନମ୍ବର କରାଇଥିଲେ।
।୩୨: ଏହି ସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତର ଅଧିନାୟକତ୍ବ କରିଥିଲେ। ରିକି ପଣ୍ଟିଂ (୩୨୪), ଗ୍ରେମ୍‌ ସ୍ମିଥ୍ (୨୮୬), ଆଲାନ୍ ବର୍ଡର (୨୭୧) ପଛକୁ ପଛ ରହିଥିଲେ।

ୱିକେଟ୍‌କିପିଂ ଅଲ୍‌ରାଉଣ୍ଡର୍‌
।୬୩୪: ମୋଟ ମ୍ୟାଚ୍‌ ଧୋନି ୱିକେଟରକ୍ଷଣ କରିଥିଲେ। ମାର୍କ ବାଉଚର୍ (୯୫୨) ଏବଂ ଆଡାମ୍ ଗିଲକ୍ରିଷ୍ଟ୍ (୮୧୩)ଙ୍କ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତୃତୀୟ।
।୧୯୫: କ୍ରିକେଟ୍‌ ଇତିହାସରେ ୱିକେଟରକ୍ଷକ ଭାବେ ସର୍ବାଧିକ ଷ୍ଟମ୍ପିଂ।

ସମ୍ବନ୍ଧିତ ଖବର