ରୋହିତଙ୍କ ପରେ କିଏ ହେବ ଭାରତୀୟ କ୍ରିକେଟ ଟିମର ଅଧିନାୟକ? ଉତ୍ତର ରଖିଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଟିମ୍ ଇଣ୍ଡିଆର ଅଧିନାୟକତ୍ୱକୁ ନେଇ ଅନେକ ବିତର୍କ ଚାଲିଛି। ଅନୁମାନ କରାଯାଉଛି ଯେ ଓଡିଆଇ ବିଶ୍ୱକପ ୨୦୨୩ ପରେ ରୋହିତ ଶର୍ମା ଅଧିନାୟକତ୍ୱ ଛାଡିପାରନ୍ତି। ଏହା ସହ ଟି -୨୦ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ କରାଯାଇପାରେ। ଏହି ଚର୍ଚ୍ଚା ଅନେକ ଦିନରୁ ଲାଗି ରହିଥିଲେ ବି ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

ଏଭଳି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଭାରତୀୟ ଦଳର ଅଧିନାୟକତ୍ୱ ସହ ଜଡିତ ବିତର୍କରେ ନିଜର ମତ ରଖିଛନ୍ତି। ଭବିଷ୍ୟତରେ ଭାରତର ଅଧିନାୟକତ୍ୱ ଶୁଭମାନ ଗିଲ ବା ଋଷଭ ପନ୍ତଙ୍କୁ ମିଳିବା ଉଚିତ୍ ବୋଲି କହିଛନ୍ତି ଆକାଶ ଚୋପ୍ରା।

Shubman Gill Protects Rishabh Pant From Urvashi Rautela's Online Claims
mensxp

ଜିଓ ସିନେମାର ଏକ କ୍ରୀଡା ସୋ’ରେ ଆକାଶ ଚୋପ୍ରା କହିଛନ୍ତି, ‘ମୁଁ ଭାବୁନାହିଁ ଯେ ସମସ୍ତ ଫର୍ମାଟ ପାଇଁ ସମାନ ଅଧିନାୟକଙ୍କୁ ଦେଖିବାର ଦିନ ସମାପ୍ତ ହୋଇଛି। ରୋହିତ ଶର୍ମା ଟେଷ୍ଟ ଚାମ୍ପିୟନଶିପ ପର୍ଯ୍ୟନ୍ତ ଟେଷ୍ଟ ଦଳର ଅଧିନାୟକ ରହିବେ, ଏଥିରେ ପରିବର୍ତ୍ତନ ହେବ ନାହିଁ। ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଟି -୨୦ ଫର୍ମାଟରେ ଅଧିନାୟକ ଅଛନ୍ତି ଏବଂ ମୁଁ ଭାବୁଛି ସେ ଅଗକୁ ବି ଏହି ଦାୟିତ୍ବ ତୁଲାଇବେ। ଆଇସିସି ଟି -୨୦ବିଶ୍ୱକପ ୨୦୨୪ରେ ଆପଣ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଅଧିନାୟକ ଭାବରେ ଦେଖିବେ। ଚଳିତ ବର୍ଷର ବିଶ୍ୱକପ ପର୍ଯ୍ୟନ୍ତ ରୋହିତ ଶର୍ମା ଓଡିଆଇ ଅଧିନାୟକ ଭାବରେ କାର୍ଯ୍ୟ ଜାରି ରଖିବେ। କିନ୍ତୁ, ଯଦି ଆମେ ଭାରତୀୟ କ୍ରିକେଟର ଭବିଷ୍ୟତ ବିଷୟରେ କହିବା, ତେବେ ମୁଁ ଅଧିନାୟକ ଭାବେ ଶୁଭମାନ ଗିଲ ଏବଂ ଋଷଭ ପନ୍ତଙ୍କୁ ଆଗରେ ରଖିବି।

ସମ୍ବନ୍ଧିତ ଖବର