ଅଧିନାୟକ ପଦକୁ ଫେରିପାରନ୍ତି ଡି’ଭିଲିୟର୍ସ

କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା କଲା ଅନୁରୋଧ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଏବି ଡି’ଭିଲିୟର୍ସଙ୍କୁ ପୁଣି ଥରେ ଜାତୀୟ ଦଳର ନେତୃତ୍ବ ନେବାକୁ ଅନୁରୋଧ କରିଛି। କିନ୍ତୁ ଡିଭିଲିୟର୍ସ ଅବସର ନେବା ପରଠୁ ଭଲ ଲୟରେ ଗତି କରୁଥିବା ବୋର୍ଡକୁ ଜଣାଇଦେଇଛନ୍ତି। ଡିଭିଲିୟର୍ସ ୨୦୧୮ ମସିହା ମେ’ ମାସରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। କିନ୍ତୁ ପରେ ତାଙ୍କୁ ଜାତୀୟ ଦଳକୁ ଫେରିଆସିବା ପାଇଁ ଅନେକ ଚର୍ଚ୍ଚା ହୋଇଥିଲା। ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଡିଭିଲିୟର୍ସ ନିଜକୁ ଆନ୍ତର୍ଜାତିକ ସ୍ତରରେ ଖେଳିବା ପାଇଁ ଯଦି ଯୋଗ୍ୟ ଅନୁଭବ କରନ୍ତି ସେତେବେଳେ ସେ ଦଳକୁ ଫେରିପାରିବେ ବୋଲି କହିଛନ୍ତି। ତାଙ୍କ ମତରେ ତାଙ୍କୁ ସବୁବେଳେ ଶ୍ରେଷ୍ଠ ଲୟରେ ରହିବାକୁ ପଡ଼ିବ ଏବଂ ତାଙ୍କ ପଛକୁ ରହୁଥିବା ଖେଳାଳିଙ୍କ ଅପେକ୍ଷା ତାଙ୍କୁ ଶ୍ରେଷ୍ଠତମ ହେବାକୁ ହେବ। ଏହାପରେ ଯଦି ଦଳରେ ସ୍ଥାନ ପାଇବାକୁ ନିଜକୁ ଉଚିତ୍‌ ମଣିବେ, ତାହେଲେ ଯାଇ ଦଳକୁ ଫେରିବା ତାଙ୍କ ପାଇଁ ସହଜ ହୋଇଯିବ ବୋଲି ଡିଭିଲିୟର୍ସ କହିଛନ୍ତି। ଗତ କିଛି ଦିନଧରି ଡିଭିଲିୟର୍ସ ଦଳର ଅଂଶ ହୋଇ ରହିନାହାନ୍ତି। ତେଣୁ ଦଳରେ ରହିବା ପାଇଁ ମୁଁ ଯୋଗ୍ୟ ବୋଲି ନିଜକୁ ଓ ଅନ୍ୟମାନଙ୍କୁ ହୃଦ୍‌ବୋଧ ହେବାକୁ ‌ପଡ଼ିବ। ପୂର୍ବରୁ ଦକ୍ଷିଣଆଫ୍ରିକା ପ୍ରଶିକ୍ଷକ ମାର୍କ ବାଉଚର, ଡିଭିଲିୟର୍ସଙ୍କୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଜାତୀୟ ଦଳରେ ସାମିଲ କରାଯିବାକୁ ଯୁକ୍ତି ବାଢିଥିଲେ। ଯଦି ଡିଭିଲିୟର୍ସ ଭଲ ପ୍ରଦର୍ଶନ କରନ୍ତି ଓ ନିଜକୁ ଏହି କାର୍ଯ୍ୟ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ପ୍ରମାଣିତ କରିବେ ତାହେଲେ ତାଙ୍କୁ ଦଳରେ ନିଆଯିବା ଉଚିତ୍‌ ବୋଲି ବାଉଚର କହିଥିଲେ। କିନ୍ତୁ କୋଭିଡ୍‌-୧୯ ଯୋଗୁଁ କ୍ରିକେଟ୍‌ର ପରବର୍ତ୍ତୀ ପର୍ଯ୍ୟାୟ କେବେ ଖେଳାଯିବ ତାହା ଅନିଶ୍ଚିତତା ଭିତରକୁ ଚାଲିଯାଇଛି।

ସମ୍ବନ୍ଧିତ ଖବର