ଆଇପିଏଲକୁ ଫେରିବେ ଏବି ଡି’ଭିଲିୟର୍ସ !

ମୁମ୍ବାଇ : ବିଶ୍ବ କ୍ରିକେଟରେ ଜଣେ ଲୋକପ୍ରିୟ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ଏବି ଡିଭିଲିୟର୍ସ ଆସନ୍ତା ବର୍ଷ ପୁଣି ଆଇପିଏଲକୁ ଫେରିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ସେ ନିଜେ ଏକ କ୍ରୀଡ଼ା ସମ୍ବାଦ ପୋର୍ଟାଲ ଭିୟୁ ସ୍ପୋର୍ଟକୁ ସୂଚନା ଦେଇଛନ୍ତି ।

ସେ ପୁଣି ନିଜର ପୁରୁଣା ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଜଡ଼ତି ହେବାର ସମ୍ଭାବନା ରହିଛି । କିନ୍ତୁ ସେ ଏହି ଦଳ ପାଇଁ ଖେଳିବେ କି ଅନ୍ୟ କୌଣସି ଭୂମିକା ଗ୍ରହଣ କରିବେ ସେ ନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି । ଡିଭିଲିୟର୍ସ ଫେରିବା ସମ୍ପର୍କରେ ବିରାଟ କୋହଲି ମଧ୍ୟ ଗଣମାଧ୍ୟମକୁ ସଂକେତ ଦେଇଛନ୍ତି ।

ଡି’ଭିଲିୟର୍ସ କହିଛନ୍ତି ସେ ଖୁସି ଯେ ବିରାଟ ଏ ସମ୍ପର୍କରେ ସ୍ପଷ୍ଟ କରିସାରିଛନ୍ତି । ପ୍ରକୃତ କଥା କହିଲେ କେଉଁ ଭୂମିକାରେ ଫେରିବି ସେ ସମ୍ପର୍କରେ କିଛି ନିଶ୍ଚିତ ହୋଇନାହିଁ, କିନ୍ତୁ ମୁଁ ନିଶ୍ଚିତଭାବେ
ଆସନ୍ତା ବର୍ଷ ଆଇପିଏଲକୁ ଫେରିବି । ମୁଁ ଶୁଣୁଛି ଯେ, ଆସନ୍ତା ବର୍ଷ ମୋ ଦ୍ବିତୀୟ ଘର ପାଲଟିଥିବା, ବାଙ୍ଗାଲୋରରେ କେତେକ ମ୍ୟାଚ ହେବ । ଦର୍ଶକଭର୍ତ୍ତି ଚିନ୍ନାସ୍ବାମୀ ଷ୍ଟାଡିୟମକୁ ପୁଣି ଫେରିବାକୁ ମୁଁ ଚାହିଁବସିଛି ।“

ସୂଚନାଯୋଗ୍ୟ ଯେ, ଡିଭିଲିୟର୍ସ ବେଶ କିଛି ବର୍ଷ ଧରି ବାଙ୍ଗାଲୋର ପାଇଁ ଖେଳିବା ପରେ ୨୦୨୧ରେ ଅବସର ନେଇଥିଲେ । ସେହିପରି ବିରାଟ କୋହଲି ଚଳିତ ଆଇପିଏଲ ସିଜିନରୁ ବାଙ୍ଗାଲୋରର ଅଧିନାୟକ ପଦ ଛାଡ଼ିଥିଲେ ।

 

 

ସମ୍ବନ୍ଧିତ ଖବର