ଆମ କ୍ଷେତ୍ରରକ୍ଷଣ ଅତି ଦୁର୍ବଳ, ଏବି ଡି’ଭିଲିୟର୍ସ

ଆପଣଙ୍କ ମଧ୍ୟରୁ କେହି ଆମେରିକୀୟ ହାସ୍ୟରସ ଚଳଚ୍ଚିତ୍ର ଗ୍ରାଉଣ୍ଡହଗ୍‌ ଡେ’ ଦେଖିଛନ୍ତି କି? ଏଥିରେ ଟିଭି ପାଣିପାଗ ବି‌ଶାରଦ ଭୂମିକାରେ ଥିବା ଅଭିନେତା ବିଲ୍ ମରେ ଦିନକ ଭିତରେ ବାରମ୍ବାର ଜୀଇଁବାକୁ ନିନ୍ଦା କରୁଛନ୍ତି,‌ ଶେଷରେ ଏହା ଭୁଲ କହୁଥିବା କଥା ଜାଣିଥିଲେ ମଧ୍ୟ ବିପର୍ଯ୍ୟୟରୁ ବର୍ତି ପାରିନଥିଲେ। ଏହା ଏକ ମନୋରଂଜନ ଧର୍ମି ଚଳଚ୍ଚିତ୍ର। ଏହାକୁ ବାସ୍ତବ ଜୀବନରେ ଅଙ୍ଗେ ନିଭାଇବା କଷ୍ଟକର କଥା। ୨୦୧୯ ଆଇପିଏଲ୍‌ରେ ଆରସିବିର ଅବସ୍ଥା ବର୍ତମାନ ଏଭଳି। ଦୈନିକ ଆମେ ଜୀଇଁବାକୁ ବାରମ୍ବାର ନିନ୍ଦା କରିବାରେ ଲାଗିଛୁ। ୬ ମ୍ୟାଚ୍‌ରୁ ୬ ପରାଜୟ ବରଣ କରିଛୁ। ଏଭଳି କାହଁକି ଏବଂ କିପରି ହେଉଛି ବୋଲି ପ୍ରଶ୍ନ ଉଙ୍କି ମାରୁଛି। ଦଳର ବୈଠକ ଏବଂ ତାଲିମ ଦେଖିଲେ‌ ମୋ ଅନୁଭବରେ ଶ୍ରେଷ୍ଠ ରହିଛି। ଦଳରେ ଥିବା ପ୍ରତିଭା ଏବଂ ସନ୍ତୁଳନ ବି ଭଲ ରହିଛି। ପ୍ରତିଯୋଗିତା ଆରମ୍ଭରୁ ଦୃଢ଼ ମନ ଥିଲା । ଆମ ପାଇଁ ସୁଯୋଗ ରହିଛି। କିନ୍ତୁ କ’ଣ ଭୁଲ ଘଟୁଛି ଜାଣି ହେଉ ନାହିଁ।

ରବିବାର ଚିନ୍ନାସ୍ବାମୀର ମନ୍ଥର ପିଚ୍‌ରେ ଦିଲ୍ଲୀ ବିପକ୍ଷ ୧୪୯ ରନ୍‌କୁ ଆମେ ସୁରକ୍ଷିତ ରଖି ପାରିନଥିଲୁ। ବସ୍‌ରେ‌ ‌ହୋଟେଲ୍‌ ଫେରିବା ବେଳେ ପାଖରେ ବସିଥିଲେ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ। ଷ୍ଟାଡିୟମ ଏବଂ ନିରାଶ ହଜାର ହଜାର ପ୍ରଶଂସକଙ୍କୁ ଅତିକ୍ରମ କରୁଥିବା ବେଳେ ମନ ଆନ୍ଦୋଳିତ କରୁଥିଲା। କର୍ଷ୍ଟେନ ପ୍ରଶ୍ନ କରିଥିଲେ ‘କ’ଣ ଭାବୁଛ’। ମୋ ଉତ୍ତର ଥିଲା ‘କ୍ରିକେଟ୍‌ରେ ଅଧିକାଂଶ ସମୟ ଏଭଳି ଘଟେ ନାହିଁ। ଖେଳାଳିଙ୍କ କ୍ଷେତ୍ରରକ୍ଷଣରୁ ଦଳର ସ୍ଥିତି ଆକଳନ କରି ହୁଏ। ପ୍ରତି ଖେଳାଳି ଜଣେ ବ୍ୟାଟସମ୍ୟାନ୍ କିମ୍ବା ବୋଲର ଭାବେ ନିଜକୁ ପ୍ରାଥମିକତା ଦେଉଛନ୍ତି। କିନ୍ତୁ ପ୍ରତି ଖେଳାଳି ବି ଜଣେ ଜଣେ କ୍ଷେତ୍ରରକ୍ଷକ। ପଡ଼ିଆରେ ଏକ ଦୃଢ଼ ଦଳ ଭାବେ ପ୍ରତିପାଦନ ଲାଗି କ୍ଷେତ୍ରରକ୍ଷଣରେ ବି ସମାନ କ୍ଷୁଧା ଓ ଆବଶ୍ୟକତା ରହିବା ଉଚିତ୍। ସମ୍ଭବତଃ ଆମେ ଏ କ୍ଷେତ୍ରରେ ବିଫଳ। କ୍ଷେତ୍ରରକ୍ଷଣରେ ଆମେ ଅତି ଦୁର୍ବଳ। ଗୋଟିଏ ମ୍ୟାଚ୍‌ରେ ଏକାଧିକ ସୁଯୋଗକୁ ହାତଛଡ଼ା କରିବା କେବେ ଗ୍ରହଣୀୟ ନୁହେଁ। ଏହା ନିଶ୍ଚିତ ଯେ ତ୍ରୁଟିର ବ୍ୟବଧାନ କମ୍‌। ଆମେ କିନ୍ତୁ ଘରୋଇ ମାଟିରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସକୁ ନିଶ୍ଚିତ ସହଜରେ ହରାଇବା କଥା। ରବିବାର ଆଉ ୨୦ ରନ୍ ଅଧିକ ହୋଇଥିଲେ ବି ଆମେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇ ପାରିଥାନ୍ତୁ। ଏଥି ସହିତ ୬ ମ୍ୟାଚ୍‌ରୁ ୩ ବିଜୟ ପାଇ ଦୌଡ଼ରେ ରହିଥାନ୍ତୁ। ତଥାପି ଆମକୁ ଏକତ୍ର ସକରାତ୍ମକ ରହିବାକୁ ପଡ଼ିବ। ଗୋଟିଏ ବିଜୟ ସହ ଗ୍ରାଉଣ୍ଡହଗ୍‌ ଡେ’ରୁ ବର୍ତିଯିବାର ବାଟ ଖୋଜିବାକୁ ପଡ଼ିବ।

ସମ୍ବନ୍ଧିତ ଖବର