ଆଉ ଆଇପିଏଲ ଖେଳିବେନି ଏବି ଡି’ଭିଲିୟର୍ସ

ବାଙ୍ଗାଲୁରୁ : ଆଉ ଆଇପିଏଲରେ ଦେଖିବାକୁ ମିଳିବେ ନାହିଁ ଆଧୁନିକ କ୍ରିକେଟର ଜଣେ ମହାନ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସ । ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ ଆଜି ସବୁ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଗତ ୨୦୧୮ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବାବେଳେ କେବଳ ବିଭିନ୍ନ ଘରୋଇ ଟି-୨୦ ଲିଗରେ ଖେଳୁଥିଲେ । ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳୁଥିଲେ । ଆଜିର ଅବସର ଘୋଷଣା ପରେ ତାଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ ।

 

ଏବି ଡି’ଭିଲିୟର୍ସ କ୍ରିକେଟ ଦୂନିଆରେ ମିଃ ୩୬୦ ଭାବେ ପରିଚିତ ଥିଲେ । କାରଣ ସେ କ୍ରିକେଟ ପଡ଼ିଆର ସବୁ ଦିଗକୁ ସଟ ଖେଳିବାରେ ମାହିର ଥିଲେ । ସେ ଦକ୍ଷିଣ ଆଫ୍ରିକା ପାଇଁ ୧୧୪ଟି ଟେଷ୍ଟ, ୨୨୮ଟି ଏକଦିବସୀୟ ଓ ୭୮ଟି ଟି-୨୦ ଖେଳିଛନ୍ତି । ସେହିପରି ଆଇପିଏଲରେ ସେ ୧୮୪ଟି ମ୍ୟାଚ ଖେଳି ୫୧୬୨ ରନ କରିଛନ୍ତି । କେବଳ ଆରସିବି ପାଇଁ ସେ ୪୪୯୧ ରନ କରିଛନ୍ତି । ଆରସିବିରେ ଖେଳିବା ପୂର୍ବରୁ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳୁଥିଲେ ।

ତାଙ୍କ ଅବସର ଘୋଷଣା ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ କ୍ରିକେଟର ତଥା ଆରସିବିରେ ତାଙ୍କର ସାଥୀ ଖେଳାଳି ବିରାଟ କୋହଲି କ୍ରିକେଟ ଓ ଆରସିବି ପାଇଁ ଡିଭିଲିୟର୍ସ ଯାହା କରିଛନ୍ତି ତାହା ପାଇଁ ସେ ଗର୍ବିତ । ତେବେ ଅବସରକୁ ନେଇ ବିରାଟ ଦୁଃଖ ପ୍ରକାଶ କରିଛନ୍ତି, ମାତ୍ର ଏବି ତାଙ୍କ ପରିବାର ପାଇଁ ସେ ସର୍ବୋତ୍ତମ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର