ରତ୍ନଗିରି/ଭୁବନେଶ୍ୱର: ଯାଜପୁର ରତ୍ନଗିରିଠାରେ ଚାଲିଥିବା ତ୍ରୈଲୋକ୍ୟନାଥ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ ଭୁବନେଶ୍ୱରର ଶେଖର ସ୍ପୋର୍ଟିଂ ବିଜେତା ହୋଇଛି। ଫାଇନାଲ୍ରେ ଶେଖର ସ୍ପୋର୍ଟିଂ କଟକର ନିମ୍ପୁର ଦଳକୁ ୧୦ ରନ୍ରେ ପରାସ୍ତ କରିଥିଲା। ଶେଖର ସ୍ପୋର୍ଟିଂ ୨୩.୩ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୨୦ ରନ୍ କରିଥିଲା। ଅବିନାଶ ସାହୁ (୧୦୮, ୪୮ ବଲ) ଆକର୍ଷଣୀୟ ଶତକ ମାରିଥିବାବେଳେ ସନ୍ଦୀପ ସେଠୀ ୪୫, ଆକାଶ ହୋତା ୩୫ ରନ୍ କରିଥିଲେ। ନିମପୁର ପକ୍ଷରୁ ଅଭିଷେକ ଗିରି ୩ ଓ୍ଵିକେଟ୍ ନେଇଥିଲେ।
ଜବାବରେ ନିମ୍ପୁର ରଦଳ ୨୫ ଓଭରରେ ୨୧୦/୯ରେ ସୀମିତ ରହିଥିଲା। ବିକ୍ରମ ୪୫ ରନ୍ କରିଥିଲେ। ସର୍ବୋତ୍ତମ ସାହୁ ଏବଂ ସନ୍ଦୀପ ସେଠୀ ୩-୩ ଓ୍ଵିକେଟ୍ ନେଇଥିଲେ। ଅବିନାଶ ସାହୁ ମ୍ୟାଚ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଯୁବନେତା ଉମେଶ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶେଖର ସ୍ପୋର୍ଟିଂକୁ ଦଳକୁ ବିଜେତା ଟ୍ରଫି ସହ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଦୁର୍ଯ୍ୟୋଧନ ଜେନା ଓ ଗୟାଧର ଜେନା ଖେଳ ପରିଚାଳନା କରିଥିଲେ।