ଅଭିଷେକଙ୍କୁ ବିଶ୍ୱ ଲୌହ ମାନବ ମୁକୁଟ

ଭୁବନେଶ୍ବର: ଓଡ଼ିଆ ପୁଅ ଅଭିଷେକ ପଟ୍ଟଯୋଷୀ ବିଶ୍ବ ଲୌହ ମାନବ ମୁକୁଟ କରାୟତ କରିଛନ୍ତି। ବିଶ୍ୱ ଟ୍ରାଇଥଲନ୍‌ କର୍ପୋରେସନ ଆନୁକୂଲ୍ୟରେ ସୁଇଜରଲାଣ୍ଡର ଜୁରିଚ୍‌ଠାରେ ଆୟୋଜିତ ବିଶ୍ୱ ଲୌହ ମାନବ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଅଭିଷେକ ବିଜେତା ହୋଇଛନ୍ତି। ଏହି ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗ ନେଇଥିଲା ବେଳେ ଭାରତରୁ ୪୦ ଜଣ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ନିୟମ ଅନୁଯାୟୀ ପ୍ରତିଯୋଗୀଙ୍କୁ ୩.୮ କିଲୋମିଟର ସନ୍ତରଣ, ୧୮୦ କିଲୋମିଟର ସାଇକେଲ ଚାଳନା ଓ ୪୨.୨ କିଲୋମିଟର ଦୌଡ଼ିବାକୁ ପଡ଼ିଥାଏ। ଓଡ଼ିଆ ପୁଅ ଅଭିଷେକ ସନ୍ତରଣକୁ ୧:୫୫:୪୭ ଘଣ୍ଟା, ସାଇକେଲ୍‌ ଚାଳନାକୁ ୭:୫୦:୧୧ ଘଣ୍ଟା ଏବଂ ଦୌଡ଼କୁ ୫:୩୭:୨୭ ଘଣ୍ଟା ସମୟ ସହ ମୋଟ ୧୫ ଘଣ୍ଟା ୪୪ ମିନିଟ୍‌ ୨୪ ‌ସେକେଣ୍ଡ୍‌ ସମୟ ନେଇ ଶେଷ କରିଥିଲେ। ଏହି ମୁକୁଟ କରାୟତ କରିବାରେ ସେ ‌ଦ୍ବିତୀୟ ଓଡ଼ିଆ ଏବଂ ସର୍ବକନିଷ୍ଠ ଭାରତୀୟ।

ସମ୍ବନ୍ଧିତ ଖବର