ଅଭିଷେକଙ୍କୁ ଦ୍ୱିମୁକୁଟ: ସର୍ବଭାରତୀୟ ଟେନିସ୍‌

ଭୁବନେଶ୍ୱର: ଓଡ଼ିଆ ତାରକା ଅଭିଷେକ ମହାପାତ୍ର ଛତିଶଗଡ଼ର ରାଏପୁରରେ ଚାଲିଥିବା ୧୬ ବର୍ଷରୁ କମ୍‌ ସର୍ବଭାରତୀୟ ଟେନିସ୍‌ ପ୍ରତିଯୋଗିତାରେ ଦ୍ୱିମୁକୁଟ ଲାଭ କରିଛନ୍ତି। ବାଳକ ଏକକ ଫାଇନାଲ୍‌ରେ ଅଭିଷେକ ୬-୨, ୬-୩ ସେଟ୍‌ରେ ଗୁଜରାଟର ବିଶେଷ ପଟେଲଙ୍କୁ ପରାସ୍ତ କରି ଟ୍ରଫି ହାସଲ କରିଥିଲେ। ସେହିପରି ବାଳକ ଯୁଗଳରେ ବିଶେଷକୁ ସାଥୀ କରି ଅଭିଷେକ ୬-୧, ୪-୬, ୧୦-୭ ସେଟ୍‌ରେ ମଧ୍ୟପ୍ରଦେଶ-ଛତିଶଗଡ଼ ଯୋଡ଼ି ପ୍ରାଞ୍ଜଳ ତିଓ୍ଵାରୀ ଓ ସୌର୍ଯ୍ୟ ମଣିକଙ୍କୁ ହରାଇ ଦେଇଥିଲେ।

ସମ୍ବନ୍ଧିତ ଖବର