ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଆଇଟା ଚାମ୍ପିଅନସିପ୍ ସିରିଜ୍ (ସିଏସ୍)ରେ ଓଡ଼ିଶାର ଅଭିଷେକ ମହାପାତ୍ର ବିଜେତା ହୋଇଛନ୍ତି। ପ୍ରତିଯୋଗିତାର ଶ୍ରେଷ୍ଠ ମ୍ୟାଚ୍ ଭାବେ ୧୮ ବର୍ଷରୁ କମ୍ ବାଳକ ଏକକ ଫାଇନାଲ୍ରେ ଅଭିଷେକ ସାଢ଼େ ୩ ଘଣ୍ଟା ଲଢ଼େଇ କରି ତାମିଲନାଡୁର ଏସ୍ ସରଣଙ୍କୁ ୬-୪, ୫-୭, ୭-୫ରେ ପରାସ୍ତ କରିଥିଲେ। ୧୮ ବର୍ଷରୁ କମ୍ ବର୍ଗରେ ଅଭିଷେକଙ୍କ ଏହା ପ୍ରଥମ ଟ୍ରଫି ବିଜୟ। ପଶ୍ଚିମବଙ୍ଗର ଶ୍ୱେତା ସାମନ୍ତ ୧୪ ଓ ୧୮ ବର୍ଷରୁ କମ୍ ବାଳିକା ଏକକ ଟ୍ରଫି ସହିତ ୧୮ ବର୍ଷରୁ କମ୍ ବାଳିକା ଯୁଗଳ ଟ୍ରଫି ଜିତି ତ୍ରିମୁକୁଟ ଅର୍ଜନ କରିଥିଲେ। ଓଡ଼ିଶା ଟେନିସ୍ ସଂଘ ସମ୍ପାଦକ ମଧୁସୂଦନ ପାଢ଼ୀ, ଖୋର୍ଧା ଜିଲ୍ଲା ଟେନିସ୍ ସଂଘ ସମ୍ପାଦକ ଅସିତ ପ୍ରଧାନ, ପ୍ରତିଯୋଗିତା ନିର୍ଦେଶକ ବିକେ ଦାସ, ରେଫରି ଜତିନ ବତ୍ସ୍ୟ, ପ୍ରବଂଧକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉଦ୍ଯାପନୀ ଉତ୍ସବରେ ଉପସ୍ଥିତ ଥିଲେ।
ଅଭିଷେକ ଆଇଟା ସିଏସ୍ ବିଜେତା
/sambad/media/post_attachments/wp-content/uploads/2018/01/9-BU18-singles-winner-runners-up.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)