ଭୁବନେଶ୍ୱର: ଓଡ଼ିଶାର ପ୍ରତ୍ୟୁଷ ମହାନ୍ତି କଳିଙ୍ଗ ଷ୍ଟାଡିୟମ ଟେନିସ୍ କମ୍ପ୍ଲେକ୍ସଠାରେ ଚାଲିଥିବା ଆଇଟା-ଓଟିଏ (ସିଏସ୍-୭)ସିରିଜ୍ ଟେନିସ୍ ପ୍ରତିଯୋଗିତାର ବାଳକ ଯୁଗଳ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଅଭିଷେକ ମହାପାତ୍ର ପୁରଷ ଏକକ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ବୁଧବାର ୧୮ ବର୍ଷରୁ କମ୍ ବାଳକ ଏକକରେ ଅଭିଷେକ ୬-୨, ୬-୨ ସେଟ୍ରେ ମୁନି ଅନନ୍ତମଣୀଙ୍କୁ ପରାସ୍ତ କରିଥିଲେ। ଯୁଗଳରେ ମୁନିଙ୍କୁ ସାଥୀ କରି ଖେଳୁଥିବା ପ୍ରତ୍ୟୁଷ ୬-୧, ୭-୬ ସେଟ୍ରେ ତେଲେଙ୍ଗାନା-ତାମିଲନାଡ଼ୁ ଯୋଡ଼ି ହିତେଶ ୟାଲାମାଞ୍ଚଲି ଓ ମାନଭ ଶ୍ରୀକୁମାରଙ୍କୁ ହରାଇ ପରବର୍ତୀ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲେ। ତେବେ ପୁରୁଷ ଏକକ କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚିଥିବା ଅନ୍ୟ ଜଣେ ଓଡ଼ିଆ ତାରକା ଆର୍ଯ୍ୟନ୍ ସ୍ୱାମୀ ୬-୪, ୬-୩ ସେଟ୍ରେ ତାମିଲନାଡ଼ୁର ଆର୍ ଏସ୍ ରାଜେସ କାନନଙ୍କଠୁ ହାରିଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବାଳକ ଏକକ କ୍ୱାର୍ଟର୍ ଫାଇନାଲ୍ରେ ଏସ୍ ସରଣ, ମହମ୍ମଦ ଆରିବ୍ ଅଫ୍ଜଲ ନିଜ ନିଜ ମ୍ୟାଚ୍ ଜିତି ସେମିଫାଇନାଲ୍ରେ ପହଞ୍ଚିଥିଲେ। ଯୁଗଳରେ ରାଜେଶ କାନନ-ଏସ୍ ସରଣ ଯୋଡ଼ି ନିଜ ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିଲେ। ୧୪ ବର୍ଷରୁ କମ୍ ବାଳକ ଏକକରେ ବରୁଣ ଗୋଲୁସୁପୁଡ଼ି, ସାହିଲ ତାମବାତ, ଓ୍ଵାତ୍ ଓବ୍ରିଏନ୍ ଏବଂ ଏମ୍ ଅନନ୍ଥମଣୀ ଶେଷ ୪ ସ୍ଥାନରେ ପ୍ରବେଶ କରିଥିଲେ। ବାଳିକାରେ ସ୍ୱେତା ସାମନ୍ତ, ଶିମ୍ରୀନଅହମ୍ମଦ ଓ ଅଞ୍ଜନୀ ମହେଶ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ବାଳିକା ଯୁଗଳ ସେମିଫାଇନାଲ୍ରେ ଓଡ଼ିଶା-ତାମିଲନାଡ଼ୁ ଯୋଡ଼ି ୟସ୍ରାଜ ନାୟକ ଓ ଅର୍ଯ୍ୟ ଯାଦବ ୪-୬, ୬-୩ ସେଟ୍ରେ ତାମିଲନାଡ଼ୁ-ପଶ୍ଚିମ ବଙ୍ଗ ଯୋଡ଼ି ସିଦ୍ଧାର୍ଥ ତିରୁପତି-ଓ୍ଵାଟ୍ ଓବ୍ରାଏନ୍ଙ୍କଠୁ ଏବଂ ଓଡ଼ିଆ ଯୋଡ଼ି ସ୍ୱସ୍ତିକ ପ୍ରଧାନ ଓ ସମ୍ବିତ ପ୍ରଧାନ ୩-୬, ୪-୬ ସେଟ୍ରେ ତମୋଘ୍ନା ଦାସ ଓ ରୋନକ ଘୋଷଙ୍କଠୁ ହାରିଯାଇଥିଲେ।
ସେମିରେ ଅଭିଷେକ, ଯୁଗଳ ଫାଇନାଲ୍ରେ ପ୍ରତ୍ୟୁଷ
ଆଇଟା-ଓଟିଏ ଟେନିସ୍
/sambad/media/post_attachments/wp-content/uploads/2018/01/250px-Tennis_Racket_and_Balls.jpg)