ନୂଆଦିଲ୍ଲୀ: ଜୁଲାଇ ୩୦ ତାରିଖରେ ଆଇସିସି ଫ୍ରେସ ରାଙ୍କିଂ ଜାରି କରିଛି । ଏଥିରେ ଭାରତୀୟ ଓପନର ଅଭିଷେକ ଶର୍ମା ଟି୨୦ ରେ ନମ୍ବର-୧ ବ୍ୟାଟସମ୍ୟାନ ହୋଇଛନ୍ତି। 

Advertisment

ଅଭିଷେକ କେବଳ ୧୭ଟି ମ୍ୟାଚ୍ ଖେଳି ଟି୨୦ ରେ ନମ୍ବର-୧ ବ୍ୟାଟସମ୍ୟାନ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଅଭିଷେକ ଆଇପିଏଲରେ ତାଙ୍କ ସହିତ ଇନିଂସ ଓପନ କରିଥିବା ଟ୍ରେଭିସ୍ ହେଡଙ୍କ ମୁକୁଟ ଛଡାଇ ନେଇଛନ୍ତି। ଫଳରେ ହେଡ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଅଭିଷେକଙ୍କ ୮୨୯ରେଟିଂ ପଏଣ୍ଟ ଥିବା ବେଳେ ହେଡଙ୍କ ୮୧୪ ପଏଣ୍ଟ ଅଛି।

ଅଭିଷେକ ଶର୍ମା ପୂର୍ବରୁ ଟି୨୦ ବ୍ୟାଟସମ୍ୟାନଙ୍କ ରାଙ୍କିଂରେ ଦ୍ୱିତୀୟ ସ୍ଥାନରେ ଥିଲେ, ଟ୍ରାଭିସ୍ ହେଡ୍ ପ୍ରାୟ ୧ ବର୍ଷ ପାଇଁ ଟି୨୦ରେ ନମ୍ବର ୧ ବ୍ୟାଟସମ୍ୟାନ ଥିଲେ। 

ଆଇସିସିର ଶ୍ରେଷ୍ଠ ୫ଜଣ ଟି-୨୦ ବ୍ୟାଟସମ୍ୟାନଙ୍କ ତାଲିକା ନିମ୍ନରେ ପ୍ରଦତ୍ତ

ଅଭିଷେକ ଶର୍ମା (ଭାରତ) - ୮୨୯ ରେଟିଂ

ଟ୍ରାଭିସ୍ ହେଡ୍ (ଅଷ୍ଟ୍ରେଲିଆ) - ୮୧୪ ରେଟିଂ

ତିଲକ ବର୍ମା (ଭାରତ) - ୮୦୪ ରେଟିଂ

ଫିଲ୍ ସଲ୍ଟ (ଇଂଲଣ୍ଡ) - ୭୯୧ରେଟିଂ

ଜସ୍ ବଟଲର୍ (ଇଂଲଣ୍ଡ) - ୭୭୨ରେଟିଂ

ଅଭିଷେକ ଶର୍ମା ୧୭ ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୧୬ ଇନିଂସରେ ୧୯୩.୮୪ ଷ୍ଟ୍ରାଇକ୍ ରେଟ୍ ରେ ୫୩୫ ରନ କରିଛନ୍ତି। ଟି-୨୦ ଆନ୍ତର୍ଜାତୀୟରେ ତାଙ୍କ ନାମରେ ୨ଟି ଶତକ ଏବଂ ୨ ଟି ଅର୍ଦ୍ଧଶତକ ଅଛି।

କେବଳ ଏତିକି ନୁହେଁ ଅଭିଷେକ ଶର୍ମା ହେଉଛନ୍ତି ଭାରତ ପାଇଁ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିଥିବା ବ୍ୟାଟସମ୍ୟାନ। ସେ ଇଂଲଣ୍ଡ ବିପକ୍ଷରେ ୫୪ ବଲରେ ୧୩୫ରନ କରିଥିଲେ। ୨୦୨୫  ଫେବୃଆରି ୨ ରେ ଖେଳାଯାଇଥିବା ଇନିଂସରେ ସେ ୧୩ ଟି ଛକା ଏବଂ ୭ ଟି ଚୌକା ମାରିଥିଲେ।

ଅଭିଷେକ ଶର୍ମା ଟି-୨୦ ଆନ୍ତର୍ଜାତୀୟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ଦ୍ୱିତୀୟ ଭାରତୀୟ।  ତାଙ୍କ ଆଗରେ କେବଳ ଯୁବରାଜ ସିଂହ ଅଛନ୍ତି, ଯିଏ ୨୦୦୭ ମସିହାରେ ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।