ମୁମ୍ବାଇ: ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର୍ ଲିଗ୍ (ଆଇଏସ୍ପିଏଲ୍) ତାରକା ଅଭିଷେକ ଡଲହାର ଲମ୍ବା ଲମ୍ଫ ମାରିଛନ୍ତି। ଚଳିତ ଆଇପିଏଲ୍ରେ ଗତଥର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ତାଙ୍କୁ ନେଟ୍ ବୋଲର ଭାବେ ଦଳରେ ନେଇଛି। ଆଇଏସ୍ପିଏଲ୍ର ଗତ ଦୁଇଟି ଋତୁରେ ଅଭିଷେକ ଚମତ୍କାର ପ୍ରଦର୍ଶନ କରି ଆସୁଥିଲେ। ‘ମାଝୀ ମୁମ୍ବାଇ’ ଦଳର ପ୍ରତିନିଧିତ୍ବ କରୁଥିବା ଅଭିଷେକଙ୍କୁ ଏହାର ପୁରସ୍କାର କେକେଆର୍ ଭଳି ଦଳ ସହ ଯୋଗଦେବା ରୂପରେ ମିଳିଛି। ସେ ମଧ୍ୟ ଆଇଏସ୍ପିଏଲ୍ର ସବୁଠାରୁ ଦାମୀ ଖେଳାଳି ଥିଲେ।
ଗତ ଦୁଇ ଋତୁରେ ଖେଳିଥିବା ୧୯ ମ୍ୟାଚ୍ରୁ ସେ ୩୩ ୱିକେଟ୍ ନେବା ସହ ୩୨୪ ରନ୍ କରିଥିଲେ। ଭାରତୀୟ ଦଳର ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏହା ପୂର୍ବରୁ କେକେଆର୍ ଓ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ନେଟ୍ ବୋଲର ଥିଲେ। ଏହି ବାଟ ଦେଇ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଗୌରବ ଅର୍ଜନ କରିଥିଲେ। ଡାହାଣହାତୀ ଦ୍ରୁତ ବୋଲର୍ ଅଭିଷେକ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ଭାରତୀୟ ଦଳରୁ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/10/zsDukTRVEyKDkIrS2ErU.jpg)