ୱାଇଜିଟିଟିଏ ଟେବୁଲ ଟେନିସ ଉଦ୍‌ଯାପିତ: ନେହା, ମିନାକ ବିଜେତା

କଟକ: ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସ˚ଘ ଓ ୟଙ୍ଗ ଜେନେରେସନ୍‌ ଟେବୁଲ ଟେନିସ ସ˚ଘ ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅନ୍ତଃବିଦ୍ୟାଳୟ ଓ ଵାଜିଟିଟିଏ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ମହିଳା ଏକକରେ ନେହା କୁମାରୀ ୪-୨ରେ ଶ୍ବେତପଦ୍ମା ଦଳାଇଙ୍କୁ ଏବ˚ ପୁରୁଷ ଏକକରେ ମିନାକ ଦାସ ୪-୨ରେ ସମ୍ରାଟ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଜିଜ୍ଞାସୁ ସାହୁ ୧୫ ବର୍ଷରୁ କମ୍‌, ୧୭ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ବାଳକ ଏକକରେ ଏବ˚ ୧୭ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ବାଳିକା ଏକକରେ ଶ୍ବେତପଦ୍ମା ଦଳାଇ ବିଜେତା ହୋଇଛନ୍ତି। ଏହାବାଦ୍‌ ୧୧ ବର୍ଷରୁ କମ୍‌ ବାଳିକା ଏକକରେ ଆରାଧ୍ୟା ସାହୁ, ବାଳକରେ ଆରୁଷ ମାଣିଆ, ୧୩ ବର୍ଷରୁ କମ୍‌ ବାଳିକା ଏକକରେ ସାକ୍ଷୀ ଭଗତ, ବାଳକରେ ଜୟସ୍ତୁ ଦାସଗୁପ୍ତା, ୧୫ ବର୍ଷରୁ କମ୍‌ ବାଳିକା ଏକକରେ ଉର୍ଜା ବର୍ମା ବିଜେତା ହୋଇଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସ˚ଘ ସଭାପତି ସ˚ଜୟ ସି˚ହ, ସିଏମ୍‌ସି ମେୟର ସୁବାସ ସି˚ହ, ରାଜ୍ୟ ସ˚ଘ ଉପସଭାପତି ଚିତ୍ତର˚ଜନ ମହାନ୍ତି, ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ସହ ସମ୍ପାଦକ ଜୟଦୀପ ଦେବତା, କୋଷାଧ୍ୟକ୍ଷ ନିହାର ର˚ଜନ ମିଶ୍ର ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ପ୍ରତିଯୋଗିତାକୁ ମୁଖ୍ୟ ରେଫରି ସୁଜିତ କୁମାର ରାଏ, ତପନ ଖା, ଜୀବନ ବଲ୍ଲଭ ସାମଲ, ବିଜନ ଦାସ ମହାପାତ୍ର, କେଏସ୍‌ଏନ୍‌ ମୂର୍ତ୍ତି, କେଭିପି ରାମା ରାଓ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର