ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍.ରାହୁଲଙ୍କ ପାଇଁ ଚାଟ୍ ସୋ’କଫି ଉଇଥ୍ କରଣକୁ ଯିବା ମହଙ୍ଗା ପଡ଼ିଛି । ଦୁହେଁ ଏବେ ସୋ’କୁ ଯିବା ତାଙ୍କ ଜୀବନର ବଡ଼ ଭୁଲ ବୋଲି ଭାବୁଥିବା ବେଳେ ସେମାନେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି । ଦୁହିଁଙ୍କୁ ଏବେ ଖେଳରୁ ବାସନ୍ଦ କରାଯାଇଥିବା ବେଳେ ସେମାନେ ଘରକୁ ବାହାରୁ ନଥିବା ଜଣାପଡ଼ିଛି । ହାର୍ଦ୍ଦିକଙ୍କ ବାପା ଏ ନେଇ ଖୁଲାସା କରିଛନ୍ତି ।
/sambad/media/post_attachments/wp-content/uploads/2019/01/hardik_pandya_in_trouble_1547270292_725x725-300x150.jpg)
ତାଙ୍କ କହିବା ଅନୁଯାୟୀ, ହାର୍ଦ୍ଦିକ ଦେଇଥିବା ମନ୍ତବ୍ୟ ପାଇଁ ବିରୋଧ ପ୍ରଦର୍ଶନ ଆରମ୍ଭ ହେବା ପରେ ସେ ଘରୁ ବାହାରିବା ବନ୍ଦ କରି ଦେଇଛନ୍ତି । କାହାର ଫୋନ ନ ଉଠାଇବା ସହ ଘରେ ବସି ରହୁଛନ୍ତି । କିଛି ଦିନ ତଳେ ମକର ସଂକ୍ରନ୍ତି ଥିବା ବେଳେ ମଧ୍ୟ ସେ ବାହାରକୁ ଆସି ଗୁଡି ଉଡ଼ାଇ ନଥିଲେ । ଏ ବିଷୟରେ ଆମେ ହାର୍ଦ୍ଦିକଙ୍କ ସହ କିଛି କଥା ହେଉ ନାହୁଁ । ହାର୍ଦ୍ଦିକର ବଡ଼ ଭାଇ ମଧ୍ୟ ତାକୁ କଫି ଉଇଥ୍ କରଣ ବିଷୟରେ ନ ପଚାରିବା ପାଇଁ ଆମମାନଙ୍କୁ କହିବା ସହ ଆମେ ଏବେ ବିସିସିଆଇର ନିଷ୍ପତ୍ତିିକୁ ଅପେକ୍ଷା କରିଛୁ ।